Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାରବାଟୀରେ ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Feb 9, 2025    Views: 3536

    କଟକ:   ସୁପର ସନଡେ’ରେ ହେବ ସୁପର ଫାଇଟ୍। ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ଆଜି ବାରବାଟୀ ଷ୍ଟାଡିୟମ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖିବେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। 

    ରବିବାର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଟକ ଆସିବେ । ଏଥିଲାଗି ବାଲିଯାତ୍ରା ତଳ ପଡ଼ିଆରେ ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି ।  ଦିନ ୧୨ଟା ୩୦ ମିନିଟ୍‌ ସମୟରେ ସେ ହେଲିପ୍ୟାଡ୍‌ରେ  ଅବତରଣ କରିବେ ବୋଲି କଟକ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରୁ ତାଙ୍କୁ କାରକେଡ୍‌ରେ କଡ଼ା  ସୁରକ୍ଷା ବଳୟରେ ଷ୍ଟାଡିୟମ୍‌କୁ ନିଆଯିବ । ଏଥିଲାଗି ପୁଲିସ୍‌  ପକ୍ଷରୁ ବାଲିଯାତ୍ରା ତଳ ପଡ଼ିଆରେ ପୃଥକ ସୁରକ୍ଷା ବନ୍ଦୋବସ୍ତ  କରାଯାଇଛି । ମୁଖ୍ୟମନ୍ତ୍ରୀ ଖେଳ ଆରମ୍ଭରୁ ଶେଷ ହେବା ପର୍ୟ୍ୟନ୍ତ  ମ୍ୟାଚ୍‌ ଦେଖିବେ ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି । 

    ଅନ୍ୟପକ୍ଷରେ ମ୍ୟାଚ୍‌ ଦେଖିବାକୁ ରାଜ୍ୟ କ୍ୟାବିନେଟ୍‌ର ପ୍ରାୟ ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ବହୁ ଭିଭିଆଇପି ଆସୁଥିବାରୁ କଟକ-ଭୁବନେଶ୍ୱର ଏନ୍‌ଏଚ୍‌ ସମେତ ବାରଙ୍ଗ- ତ୍ରିଶୁଳିଆ ରାସ୍ତା, ମହାନଦୀ ରିଂ ବନ୍ଧ ଓ  କାଠଯୋଡ଼ି ରିଂ ବନ୍ଧ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଫୋର୍ସ  ସଂଖ୍ୟା ବଢ଼ାଇ ଦିଆଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook