ଭୁବନେଶ୍ବର: ଆଜିଠୁ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ । ଏଥିରେ ସମସ୍ତ ରାଜ୍ୟର ଖଣି ମନ୍ତ୍ରୀ ମାନେ ଯୋଗ ଦେବେ । ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ସମ୍ମିଳନୀ ଆସନ୍ତାକାଲି ପର୍ୟ୍ୟନ୍ତ ଚାଲିବ । କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେବେ ।
ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ କୋଣାର୍କରେ ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରୀ ୨୦ ଓ ଜାନୁଆରୀ ୨୧ ଦୁଇ ଦିନ ପର୍ୟ୍ୟନ୍ତ ଚାଲିବ । ଏଥିରେ ଏକାଧିକ ରାଜ୍ୟର ଖଣି ମନ୍ତ୍ରୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ ।ଏହି ସମ୍ମିଳନୀରେ ଆଗାମୀ ଦିନରେ ନିଲାମ ହେବାକୁ ଥିବା ଖଣି ସମ୍ପର୍କରେ ନିଷ୍ପତ୍ତି ହୋଇପାରେ । ଖଣି କ୍ଷେତ୍ରର ନିରାପତ୍ତା, ପରିବେଶ ସମସ୍ୟା ଓ ପରିବହନ ଆହ୍ବାନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଖଣିଜ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ ଓ ବିକଶିତ ଭାରତ ୨୦୪୭ ପରିକଳ୍ପନାରେ ଦେଶର ବିକାଶରେ ଯୋଗଦାନ କରିବା ଏହାର ଉଦ୍ଦେଶ୍ୟ ।
Comments ସମସ୍ତ ମତାମତ