ଭୁବନେଶ୍ୱର: ସୁନ୍ଦରଗଡ କାର୍ୟ୍ୟକ୍ରମରୁ ୨୦ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ କାର୍ୟ୍ୟକ୍ରମ ମଞ୍ଚରୁ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ପୂର୍ବ ସରକାର ମିଶନ ଶକ୍ତିର ଖୁବ ପ୍ରଚାର କରିଥିଲେ । ସେଥିରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ । କିନ୍ତୁ ସିଧାସଳଖ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଆର୍ଥିକ ସହାୟତା ଦେଉନଥିଲେ । ମିଶନ ଶକ୍ତିରେ କୋବଳ ସୁଧ ମୁକ୍ତ ଋଣ ମିଳୁଥିଲା । ହେଲେ ଆମ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଦବେ । ଏହାସହ ୨୦୧୫-୧୬ ମସିହାରେ ଚାଷୀମାନଙ୍କୁ କ୍ବିଣ୍ଟାଲ ଧାନ ପିଛା ୧୦୦ ଟଙ୍କା ବୋନସ ଦେବା ପାଇଁ ନବୀନ ପଟ୍ଟନାୟକ ସରକାର ଘୋଷଣା କରିଥିଲେ । ଚାଷୀଙ୍କୁ ୧ ଟଙ୍କା ମିଳିଲା ନାହିଁ । ବିଜେଡି ସରକାର କେବଳ ଘୋଷଣା କରନ୍ତି, ହେଲେ କାମରେ କରି ଦେଖାନ୍ତିନାହିଁ । ବିଜେଡି ମିଛ କଥା କହି ଭୋଟ ନେବା ସହ କିଛି କାମ କରନ୍ତି ନାହିଁ ।"
Comments ସମସ୍ତ ମତାମତ