Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହତାବ ଓଡ଼ିଶାର ସର୍ଦ୍ଧାର ପଟେଲ:ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 21, 2024    Views: 2523

    ଭୁବନେଶ୍ୱର: ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗୁରୁବାର ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।  ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି ।
    ସେ କହିଛନ୍ତି ଯେ ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଧାର ପଟେଲ ଥିଲେ ।  ମହାନ ରାଷ୍ଟ୍ରନେତା ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ । ବିଗତ ଦିନରେ କେବଳ ଗୋଟିଏ ପରିବାରକୁ ଗୁରୁତ୍ୱ ମିଳିଆସୁଥିଲା । ୧୯୩୮ ମସିହାରେ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ । ୧୦୭୫ ଜରୁରୀକାଳରନ ପରିସ୍ଥିତିବେଳେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଅତିଷ୍ଠ ହୋଇ ସେ କଂଗ୍ରେସର ସହ ସମ୍ପର୍କ ଛିନ୍ନ କରିଥିଲେ । ହୀରାକୁଦ ଡ୍ୟାମ ଓ ଓଡ଼ିଆ ଭାଷା ପ୍ରତି ତାଙ୍କ ଅବଦାନକୁ  ଭୁଲି ହେବ ନାହିଁ । ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସୃଷ୍ଟି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook