Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନକ୍ସଲ ମୁକାବିଲା, ୧୨ କମ୍ପାନୀ ସିଏପିଏଫ ଓ ହେଲିକପ୍ଟର ମାଗିଲା ଓଡିଶା

    Share on :
    ajab-Image
    Date: Oct 8, 2024    Views: 5096

    ଭୁବନେଶ୍ବର: ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ସହଯୋଗ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର ହୋଇଥିବାରୁ ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି । ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଫୋକସରେ ଥିବାରୁ ୧୨ କଂପାନୀ ସିଏପିଏଫ ଓ ଗୋଟିଏ ହେଲିକପ୍ଟର ଦାବି କରିଛି ଓଡିଶା ।
    ନୂଆଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଛନ୍ତି । ମାଓ ମୁକାବିଲା ବୈଠକରେ ଓଡ଼ିଶାର ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ମାଓବାଦୀ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି ।

    ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, "ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଆମେ ମାଗିଛୁ । ଓଡିଶାରେ ନକ୍ସଲ ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ମାଗିଛୁ । ଅପରେସନରେ ସହାୟତା ପାଇଁ ଏକ ହେଲିକପ୍ଟର ମଧ୍ୟ ମାଗିଛୁ । ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ସହଯୋଗ ଲୋଡିଛୁ । ଗୃହମନ୍ତ୍ରୀ ଆମର ଦାବିକୁ ଗୁରୁତର ସହ ନେଇଛନ୍ତି । ଏନେଇ ବିଚାର କରିବାକୁ ସେ କଥା ଦେଇଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ।"
    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ ୧୦ ମାଓ ପ୍ରବଣ ଜିଲ୍ଲା ରହିଛି । ୪ରୁ ୫ ଜିଲ୍ଲାରେ ଅଧିକ ମାତ୍ରାରେ ମାଓ ଗତିବିଧି ରହିଛି । ଏହାକୁ ନେଇ ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ଓ ହେଲିକପ୍ଟର ଦେବା କହିଛୁ । ମାଓବାଦୀ ପ୍ରଭାବିତ ଅଞ୍ଚଳର ବିକାଶ କିଭଳି ହେବ ତାକୁ ନେଇ ସ୍ଵତନ୍ତ୍ର ଯୋଜନା କରାଯାଇଛି । ତା' ସହ ଟାର୍ଗେଟ ମଧ୍ୟ ଫିକ୍ସ କରାଯାଇଛି । ରାଜ୍ୟ ସରକାରଙ୍କ ୪୦ ଲୋକାଭିମୁଖୀ ଯୋଜନାକୁ ଏକ କରାଯାଇଛି । ତାକୁ "ଗ୍ରାମୋଦୟ" ଯୋଜନା ନାଁ'ରେ ନାମକରଣ କରାଯାଇଛି । ଏହି "ଗ୍ରାମୋଦୟ" ଯୋଜନା ମାଧ୍ୟମରେ ୪୦ ଟି ସ୍କିମକୁ ଏକ କରି ମାଓ ଅଞ୍ଚଳର ବିକାଶ ହେବ ।"

    Maximum 500 characters

    ରାଜ୍ୟ ଖବର View all

    Find Us on Facebook