Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେରଳ ଓ ତ୍ରିପୁରାକୁ ୫କୋଟି ଲେଖାଏଁ ସହାୟତା ଦେବ ଓଡ଼ିଶା

    Share on :
    ajab-Image
    Date: Sep 5, 2024    Views: 2649

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ଶାହାଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସେ ସମବେଦନା ଜଣାଇଛନ୍ତି। ଉଭୟ ରାଜ୍ୟରେ ବିପର୍ୟ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଓଡ଼ିଶା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା ସମୟରେ ମତପୋଷଣ କରିଛନ୍ତି। କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯିବ। ଉଭୟ କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିପର୍ୟ୍ୟୟ ସମୟରେ ଉଭୟ ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମାସରେ ଉଭୟ ରାଜ୍ୟ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛନ୍ତି। କେରଳରେ ଭୂସ୍ଖଳନ ଓ ତ୍ରିପୁରାରେ ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook