Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସକୁ ଫେରିବେ କି ଚିରଞ୍ଜୀବ ?

    Share on :
    ajab-Image
    Date: May 15, 2025    Views: 3308

    ଭୁବନେଶ୍ୱର: କଂଗ୍ରେସକୁ ଫେରିବେ କି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ? ଏ ଚର୍ଚ୍ଚା ଏବେ କଂଗ୍ରେସ  ମହଲ ସହ ଜଗତସିଂହପୁର ପର୍ୟ୍ୟନ୍ତ ଘୂରି ବୁଲୁଛି । ଦୀର୍ଘ  ଦିନ ପରେ କଂଗ୍ରେସ ଭବନରେ ବରିଷ୍ଠ ନେତା ତଥା  ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ରଞ୍ଜୀବ ବୈଠକ  କରିଛନ୍ତି । ପଛୁଆବର୍ଗଙ୍କୁ ନେଇ ଚାଲିଥିବା ବୈଠକରେ  ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, କଂଗ୍ରେସ  ନେତାଙ୍କ ସହ ରାଜଭବନ ବି ଯାଇ ଦାବିପତ୍ର ଦେଇଛନ୍ତି ।  ଦୀର୍ଘଦିନ ପରେ କଂଗ୍ରେସ ନେତାଙ୍କ ମେଳିରେ ରଞ୍ଜୀବଙ୍କ ଏଭଳି ସକ୍ରିୟତା ଦେଖିବା ପରେ ତାଙ୍କ ଭାଇ ଚିରଞ୍ଜୀବ  ମଧ୍ୟ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।   
    ଶରତ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ଏକ ବୈଠକ ଆୟୋଜନ  ନେଇ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଥିଲା । ପରେ ନିଲମ୍ବନ  ଉଠିଥିଲା । ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ଚିରଞ୍ଜୀବ  କଂଗ୍ରେସ ସହ ବିଶ୍ୱାଳ ପରିବାରର ଦୀର୍ଘ ଦଶନ୍ଧିର  ସମ୍ପର୍କ ତୁଟାଇ ବିଜେଡିରେ ମିଶିଥିଲେ । ମାତ୍ର ବିଜେଡି  ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ଦେଇନଥିଲା ।  ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରଠାରୁ  ଚିରଞ୍ଜୀବଙ୍କ ସକ୍ରିୟତା କମିଯାଇଥିଲା ବିଜେଡିରେ ।  ଭକ୍ତ ପିସିସି ସଭାପତି ହେବା ପରେ ପୁରୁଣା  କଂଗ୍ରେସ ନେତାମାନଙ୍କୁ ଦଳକୁ ଫେରାଇ ଆଣିବାକୁ  ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ  ବିଶ୍ୱାଳ ପରିବାର ଦୁଇ ଭାଇ ରଞ୍ଜୀବ ଓ ଚିରଞ୍ଜୀବଙ୍କୁ  ନେଇ ଦଳ ଜଗତସିଂହପୁର ଜିଲ୍ଲାରେ ଦଳକୁ ମଜବୁତ  କରିବାକୁ ଯୋଜନା ଚଳାଇଥିବା ସୂତ୍ରରୁ ଖବର  ମିଳିଛି । ରଞ୍ଜୀବ ପୁଣି ଦଳରେ ସକ୍ରିୟ ହୋଇଥିବାବେଳେ ଆଗକୁ ଚିରଞ୍ଜୀବ  ବିଜେଡି ଛାଡ଼ି କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook