ମୁଖ୍ୟ ଖବର
ଭୁବନେଶ୍ୱର: ଖରାଦିନେ ଚିଆ ସିଡ୍ସ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବାରେ ସାହାଯ୍ୟ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଫାଇଦା ଥିବାରୁ ଏହାକୁ ସୁପରଫୁଡ୍ ବି କୁହାଯାଇଥାଏ। ସ୍ୱାସ୍ଥ୍ୟ ଲାଭ ସାଙ୍ଗକୁ ଓଜନ ହ୍ରାସ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଚିଆ ସିଡ୍ସର ଫାଇଦା ବିଷୟରେ…। ଚିଆ ସିଡ୍ସ ହେଉଛି ମିଣ୍ଟ ପ୍ରଜାତିର, ଯାହା ମେସ୍କିକୋରେ ଖୁବ୍ ହୋଇଥାଏ। ଏହାକୁ ସମ୍ପୂର୍ଣ୍ଣ ଶସ୍ୟ ଭାବରେ ଖିଆଯାଇଥାଏ। ଏଥିରେ କାର୍ବୋହାଇଡ୍ରେଟ୍ ଭରପୂର ମାତ୍ରାରେ ରହିଛି। ଯେତେବେଳେ ଏହାକୁ ପାଣିରେ ବତୁରାଯାଏ, ତ ଏହା ଗାଢ଼ ଜେଲ୍ରେ ପରବର୍ତ୍ତନ ହୋଇଥାଏ।
କ’ଣ ରହିଛି ଫାଇଦା
- ଚିଆ ସିଡ୍ସ ପାଣିରେ ଦ୍ରବୀଭୂତ ଫାଇବର ସାମଗ୍ରୀ ରହିଛି, ଯାହା ଅନ୍ତଃନଳୀର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଅନ୍ତଃନଳୀରେ ଭଲ ବ୍ୟାକ୍ଟେରିଆ ପହଞ୍ଚାଇଥାଏ ଏବଂ ମଳତ୍ୟାଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
- ଯଦି ଆପଣ କ୍ଷୀରଜାତ ଦ୍ରବ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତ ଚିଆ ସିଡ୍ସ ଖାଇପାରିବେ। କାରଣ, ଏଥିରେ କ୍ୟାଲସିୟମ୍ର ଭଲ ସ୍ରୋତ ରହିଛି, ଯାହା ଆପଣଙ୍କ ଶରୀରରେ ହାଡ଼ ସୁସ୍ଥ ରଖିବାରେ ଏକ ଭଲ ଅପସନ ହୋଇପାରେ।
- ଚିଆ ସିଡ୍ସ ଟ୍ରିପ୍ଟୋଫ୍ୟାନ ଏବଂ ମ୍ୟାଗ୍ନେସିୟମ୍ ଭଳି କମ୍ପାଉଣ୍ଡରେ ଭରପୂର ହୋଇଥାଏ। ଏହା ମାନସିକ ଅବସାଦର ସ୍ତରକୁ କମ୍ କରିବା ଏବଂ ଆପଣଙ୍କ ନିଦକୁ ବଢ଼ିଆ କରିବାରେ ସାହାଯ୍ୟ କରିଥାଏ।
- ଏଥିରେ ଥିବା ଜରୁରୀ ଫ୍ୟାଟି ଏସିଡ୍ ଶରୀରରେ ଭଲ କୋଲେଷ୍ଟ୍ରୋଲକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଦୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ।
- ଚିଆ ସିଡ୍ସ ଜଳ ଧାରଣରେ ସାହାଯ୍ୟ କରିଥାଏ। ଏହି କାରଣରୁ ଏହାକୁ ଏକ ହେଲ୍ଦି ପ୍ରୋଟିନଯୁକ୍ତ ଜଳଖିଆ ରୂପରେ ଗଣାଯାଏ। ଚିଆ ସିଡ୍ସ ଖାଇଲେ ପେଟ ଭରିଥିବା ଭଳି ଅନୁଭବ ହୋଇଥାଏ।
କହି ରଖୁଛୁ, ଚିଆ ସିଡ୍ସ ବହୁତ ଲାଭଦାୟକ, କିନ୍ତୁ ଅନେକ ଲୋକଙ୍କୁ ଏହା ଖାଇବା ଦ୍ୱାରା ସମସ୍ୟା ହୋଇପାରେ। ତେଣୁ ସେବନ କରିବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Comments ସମସ୍ତ ମତାମତ