Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖାଇବା ଅଭ୍ୟାସ ବଦଳାନ୍ତୁ; ବୈବାହିକ ଜୀବନକୁ ମଜାଦାର କରନ୍ତୁ

    Share on :
    ajab-Image
    Date: Jun 13, 2025    Views: 4206

    ଗବେଷକମାନଙ୍କ କହିବା ଅନୁଯାୟୀ ସଠିକ୍ ଆହାର ଭୋଜନ ଅଭ୍ୟାସ ଆପଣଙ୍କ ବୈବାହିକ ଜୀବନକୁ ଅଧିକ କୌତୁକପୂର୍ଣ୍ଣ କରିପାରିବ। ଜର୍ଣ୍ଣାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଦୈନନ୍ଦିନ ଖାଦ୍ୟରେ ଚୋକଲେଟ୍‌, ମାଉ ଓ ଓଟ୍‌ସ ଭଳି ଖାଦ୍ୟ ସାମିଲ କଲେ ଆପଣଙ୍କ ସେକ୍ସଲାଇଫ୍‌ରେ ଅନେକ ସୁଧାର ଆସିବ।

    ଡାର୍କ ଚକ୍‌ଲେଟ୍‌: ଚକ୍‌ଲେଟ୍‌ ଖାଇଲେ ଡୋପାମାଇନ୍ ନାମକ ଏକ କେମିକାଲ୍‌ର ସ୍ତର ବଢ଼ି ଯାଏ। ଏହା ଆମ ମସ୍ତିଷ୍କରେ ଥିବା ପ୍ଲେଜର ସେଣ୍ଟରକୁ ପ୍ରଭାବିତ କରେ ଓ ସଂପର୍କକୁ ବନାଇ ରଖିବାର ଇଚ୍ଛାକୁ ବଢ଼ାଏ।

    ମାଛ: ପ୍ରୋଟିନ୍‌ ଓ ଓମେଗା-୩ ଯୁକ୍ତ ମାଛ ମଧ୍ୟ ଡୋପାମାଇନ୍‌ କେମିକାଲ୍‌ର ସ୍ତର ବଢ଼ାଏ।

    ରସୁଣ: ଏଥିରେ ଏଲିସିନ୍ ନାମକ ଏକ ପଦାର୍ଥ ଥାଏ ଯାହା ଯୌନାଙ୍ଗରେ ରକ୍ତ ସଞ୍ଚରକୁ ବଢ଼ାଇ ଦିଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ପୁରୁଷମାନେ ପ୍ରତି ଦିନ ରସୁଣ ଖାଇବେ ସମ୍ଭୋଗ କରିବାର କ୍ଷମତା ବଢ଼ିଯିବ।

    ଓଟ୍‌ସ: ଏଥିରେ ମ୍ୟାଗ୍ନେସିୟମ, ବି୬, ବି୨ ଓ ନିୟାସିନ୍ ଥାଏ। ଏହା ଦ୍ୱାରା ଯୌନଜୀବନରେ ସୁଧାର ଆସିଥାଏ।

    Maximum 500 characters

    ବିଶେଷ View all

    Find Us on Facebook