Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପିରୁ ଇସ୍ତଫା ଦେଲେ ଚାମେଲି

    Share on :
    ajab-Image
    Date: Jul 19, 2026    Views: 3022

    କେନ୍ଦ୍ରାପଡ଼ା: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଗତ ୬ ଦିନ ଧରି ଚାଲିଥିବା ପ୍ରତିବାଦ ସଭାରେ ସରପଞ୍ଚ ଚମେଲୀ ଓଝା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫାପତ୍ରରେ ସେ ଦଳ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। 

    ସେ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରୁ ସେ ଦଳରେ ଯୋଗ ଦେଇ ନିଷ୍ଠାର ସହ କାମ କରି ଆସୁଥିଲେ ଏବଂ ଦଳର ପ୍ରଚାର ପ୍ରସାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତେବେ ତାଙ୍କ ସହିତ ଅନ୍ୟାୟ ହୋଇଥିଲେ ମଧ୍ୟ ଦଳର କୌଣସି ବରିଷ୍ଠ ନେତା ତାଙ୍କ ସମର୍ଥନରେ ଆଗେଇ ଆସିଲେ ନାହିଁ। 

    "ଯେଉଁ ଦଳ ଜଣେ ମହିଳାଙ୍କୁ ସମ୍ମାନ ଦେଇପାରିଲା ନାହିଁ ଏବଂ ମୋତେ ନ୍ୟାୟ ଦେଇପାରିଲା ନାହିଁ, ସେହି ଦଳରେ ରହିବାର କୌଣସି ଅର୍ଥ ନାହିଁ" ବୋଲି ଚାମେଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ୨୦୨୪ରେ ଦଳରେ ଯୋଗ ଦେଇଥିଲେ ଏବଂ ପୂର୍ବରୁ ଯୁବ ମୋର୍ଚ୍ଚାରେ ମଧ୍ୟ କାର୍ଯ୍ୟ କରିଥିଲେ। ଇସ୍ତଫା ଦେବା ପରେ ସେ କୌଣସି ନୂତନ ଦଳରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook