Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅଭିଯୁକ୍ତ ହେଉଛନ୍ତି ବିଧାୟକଙ୍କ ଘନିଷ୍ଠ: ଚାମେଲି

    Share on :
    ajab-Image
    Date: Jun 19, 2026    Views: 2374

     କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ ତାଙ୍କ କାର୍ଯ୍ୟାଳୟରେ ଯୁକ୍ତିତର୍କ କରି ପରିବେଶକୁ ଖରାପ କରିଥିବା ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଥିବା ବେଳେ, କେବଳ ଚାମେଲିଙ୍କ ନାଁରେ ଅଭିଯୋଗ କାହିଁକି କଲେ, ସେ ନେଇ ଦ୍ଵନ୍ଦ୍ବ ବଢ଼ିଛି । ମହାକାଳପଡ଼ା ବିଧାୟକ ଚାମେଲିଙ୍କୁ ସାନ ଭଉଣୀ ବୋଲି ସମ୍ବୋଧିତ କରିଥିବା ବେଳେ ସେ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି । 
    ଏପଟେ ତିଖିରି ସରପଞ୍ଚ ଚାମେଲି ଓଝା ଅଭିଯୁକ୍ତମାନଙ୍କ ସମ୍ପର୍କରେ କହିଛନ୍ତି, " ଯଦି ବିଧାୟକ ମହୋଦୟ ମୋତେ ଭଉଣୀ କହୁଛନ୍ତି, ତେବେ ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଇବାରେ ସାହାଯ୍ୟ କରନ୍ତୁ । ବିଡିଓ ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏହାସହ ମହିଳା ପୋଲିସ ତପସ୍ୱିନୀ ବିଶ୍ୱାଳ ମୋତେ ମାଡ଼ ମାରିବା ସହ କାନରେ ରକ୍ତ ବାହାର କରିଛନ୍ତି । ମୁଁ ତାଙ୍କ ନାଁରେ ଏସପିଙ୍କ ନିକଟରେ ଅଭିଯୋଗ କରିବି । "

    ଚାମେଲି ଅଭିଯୋଗ କରିଛନ୍ତି ଯେ "ମହାକାଳପଡ଼ା ଥାନା ପୋଲିସ ମୋତେ ସୁରକ୍ଷା ଦେବା ପଦଳରେ ମୋତେ ନିର୍ଯାତନା ଦେଇଛନ୍ତି । ମହାକାଳପଡ଼ା ପୋଲିସ ଉପରେ ମୋର ଭରସା ନାହିଁ । ଫଳରେ ମୁଁ ଡିଜିଙ୍କୁ ଚିଠି ଲେଖିଛି । " ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ବାକି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଛନ୍ତି ଚାମେଲି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook