Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଁ ଛୋଟ ଛୁଆ ନୁହେଁ, ମୋତେ ତେତିଶ ବର୍ଷ ହେଲାଣି:ଚାମେଲି

    Share on :
    ajab-Image
    Date: Jun 19, 2026    Views: 2810

    କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ ତାଙ୍କ କାର୍ଯ୍ୟାଳୟରେ ଯୁକ୍ତିତର୍କ କରି ପରିବେଶକୁ ଖରାପ କରିଥିବା ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଥିବା ବେଳେ, କେବଳ ଚାମେଲିଙ୍କ ନାଁରେ ଅଭିଯୋଗ କାହିଁକି କଲେ, ସେ ନେଇ ଦ୍ଵନ୍ଦ୍ବ ବଢ଼ିଛି । ମହାକାଳପଡ଼ା ବିଧାୟକ ଚାମେଲିଙ୍କୁ ସାନ ଭଉଣୀ ବୋଲି ସମ୍ବୋଧିତ କରିଥିବା ବେଳେ ସେ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି । 

    ଏପଟେ ମହାକାଳପଡ଼ା ବିଧାୟକଙ୍କ ବୟାନର ଉତ୍ତର ରଖି ଚାମେଲି ଓଝା କହିଛନ୍ତି,"ବିରୋଧୀ ଦଳ ମୋତେ ଷଡଯନ୍ତ୍ରରେ ଫସାଇ ନାହାନ୍ତି । ମୁଁ ଛୋଟ ଛୁଆ ନୁହେଁ, ମୋତେ ତେତିଶ ବର୍ଷ ହେଲାଣି । ଯେଉଁ ଷଡ଼ଯନ୍ତ୍ରର ଶିକାର କଥା କୁହାଯାଉଛି, ସେମିତି କିଛି ବି ନାହିଁ । ଯେଉଁ ଭଉଣୀ ପଣିଆ କଥା ବିଧାୟକ କହୁଛନ୍ତି, ଯେତେବେଳେ ଭଉଣୀର ଭାଇ ଦରକାର ଥିଲା ସେତେବେଳେ ସେ କେଉଁଠି ଥିଲେ ? ଅସୁବିଧାରେ ଆସି ଠିଆ ହେଲେ, ସେଠି ଭାଇ-ଭଉଣୀ କୁହାଯାଏ ।"

    ଚାମେଲି ଆହୁରି ମଧ୍ୟ କହିଛନ୍ତି ଯେ, " ଆଠଦିନ ହେଲା ମୁଁ ମେଡିକାଲରେ ପଡ଼ିଥିଲି । 11 ତାରିଖରେ ମହାକାଳପଡ଼ାରେ ପୋଲିସମାନେ ମୋତେ ଘୋଷାରି ଘୋଷାରି ହସ୍ପିଟାଲ ଏବଂ ଜେଲ୍ ପର୍ଯ୍ୟନ୍ତ ନେବା ଏବଂ ପରେ ଜେଲ୍ ଦୁଆର ମୁହଁରୁ ପୁଣି ଫେରେଇ ଆଣି ହସ୍ପିଟାଲରେ ଯେଉଁ ହୀନସ୍ଥା କରିଛନ୍ତି । ଏଭଳି କ୍ଷେତ୍ରରେ ଭଉଣୀ କହିବାକୁ ଖରାପ ଲାଗିବା କଥା। "

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook