Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଓଡ଼ିଶାରେ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ

    Share on :
    ajab-Image
    Date: Feb 4, 2026    Views: 2285

    ଭୁବନେଶ୍ଵର : ଭ୍ୟାନରେ ମିଳିବ ତାରକା ହୋଟେଲର ମଜା। ଓଡ଼ିଶାରେ ଅତ୍ୟାଧୁନିକ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ। ଧଉଳି ପର୍ୟ୍ୟଟନ କ୍ଷେତ୍ରରୁ ୨ୟ ପର୍ୟ୍ୟାୟ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି। ଠଏୠ ଯୋଜନା ଦ୍ଵାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ପର୍ୟ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି। 

    ​​​​​​ରାଜ୍ୟର ପ୍ରମୁଖ ପର୍ୟ୍ୟଟନ ସ୍ଥଳୀକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇବ କାରାଭ୍ୟାନ୍। ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। ସ୍ୟାଣ୍ଡ୍  ପିବେଲସ୍ ଟୁର୍ ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସେବା ଯୋଗାଇବା। ଓଡ଼ିଶାରେ ହୀରାକୁଦ, ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ। ସାତକୋଶିଆ, ଦେଓମାଳି ଭଳି ପର୍ୟ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ। 

    Maximum 500 characters

    ଘରକରଣ View all

    Find Us on Facebook