ମୁଖ୍ୟ ଖବର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୬ଟି ପ୍ରସ୍ତାବରେ ମୋହର ମାରିଛି। ମହିଳା ଏବଂ ଶିଶୁ ବିକାଶ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଜଳ ସମ୍ପଦ, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବରେ ମୋହର ବାଜିଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରସ୍ତାବକୁ କ୍ୟାବିନେଟ ପାରିତ କରିଛି। ବିଭିନ୍ନ ପଦବୀରେ ଥିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ ୨୦୨୨ର ସଂଶୋଧନ ହୋଇଛି। ଏହି ସଂଶୋଧନ ଅନୁଯାୟୀ ଟ୍ରାଫିକ ସବ-ଇନ୍ସପେକ୍ଟର ପଦବୀ ଏବଂ ଅବକାରୀ ସବ-ଇନ୍ସପେକ୍ଟର ପଦବୀଗୁଡିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ ୨୦୨୨ର Schedule-Iରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ, ଗୃହ ବିଭାଗର ମହାନିର୍ଦ୍ଦେଶକଙ୍କ ଅଧୀନରେ ଥିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ ବା ସିନିୟର ଷ୍ଟୋର ଇନ୍ସପେକ୍ଟର ପଦବୀ ମଧ୍ୟ Schedule-1ରେ ଅନ୍ତର୍ଭୂକ୍ତ ହୋଇଛି। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବୀଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା କରିପାରିବେ।
Comments ସମସ୍ତ ମତାମତ