Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚୋପା ଛଡ଼ାଇ ଖାଉଛନ୍ତି କି ଭଜା ବୁଟ?

    Share on :
    ajab-Image
    Date: Nov 18, 2025    Views: 2522

    ଭଜା ବୁଟ ଖାଇବାକୁ ଅନେକେ ପସନ୍ଦ କରନ୍ତି। ସକାଳ, ସନ୍ଧ୍ୟାରେ ଏହା ଏକ ଭଲ ଜଳଖିଆ ହୋଇଥାଏ। ଭଜାବୁଟ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। ଏଥିରେ ପ୍ରଚୁର ପ୍ରୋଟିନ୍‌ ସହ ଫୋଲେଟ୍‌, ଆଇରନ୍‌, କ୍ୟାଲସିୟମ, ପଟାସିୟମ ଏବଂ ତନ୍ତୁ ବା ଫାଇବର ମଧ୍ୟ ରହିଥାଏ। ତେବେ ଅନେକ ଲୋକ ବୁଟ ଖାଇବା ବେଳେ ଏହାର ଚୋପା ଫିଙ୍ଗି ଦେଇଥାନ୍ତି। ଅସଲରେ, ଭଜାବୁଟ ଚୋପାର ମଧ୍ୟ ବହୁ ଚମତ୍କାରୀ ଗୁଣ ରହିଛି।

    -ଭଜାବୁଟ ଚୋପା ସହ ଖାଇଲେ ଏହା ପେଟ ପୂରି ରହିଥିବାର ଅନୁଭବ ଦିଏ ଏବଂ ଖୁବ୍‌ ଶୀଘ୍ର ଓଜନ ହ୍ରାସରେ ସହାୟକ ହୋଇଥାଏ।
    -ଚୋପା ସହିତ ଭଜାବୁଟ ଖାଇବା ହୃଦ୍‌ଯନ୍ତ୍ର ପାଇଁ ମଧ୍ୟ ଉପକାରୀ।
    -ଏଭଳି ବୁଟ ଖାଇବା ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଭଲ। ଏଥିରେ ଥିବା ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।
    -ଏଥିରେ ଲୌହ ପରିମାଣ ଅଧିକ ଥିବାରୁ ଶରୀରର ରକ୍ତ ଅଭାବ ସମସ୍ୟା ମଧ୍ୟ ଦୂର କରିପାରେ।

    Maximum 500 characters

    ବିଶେଷ View all

    Find Us on Facebook