Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏହା କେବଳ ନାମକରଣ ବଦଳି ବଜେଟ:ରଣେନ୍ଦ୍ର

    Share on :
    ajab-Image
    Date: Jul 26, 2024    Views: 3594

    ଭୁବନେଶ୍ବର: ମୋହନ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିଛନ୍ତି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଗତ ନୂତନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରୁ ଓଡିଶାବାସୀ ଅନେକ କିଛି ଆଶା କରିଥିଲେ । କିନ୍ତୁ, ଅଳ୍ପକିଛି ନୂଆ ଘୋଷଣାକୁ ବାଦ ଦେଲେ, ସେମିତି କିଛି ଆଖିଦୃଶିଆ ଯୋଜନା ନାହିଁ । କୃଷକ, ମହିଳା, ଯୁବବର୍ଗ, ଗରିବ, ମୁଲିଆ ଓ ଖଟିଖିଆଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହି ବଜେଟ ବିଫଳ ହେଲା ପରି ମନେ ହେଉଛି । ମୋଟାମୋଟି କହିବାକୁ ଗଲେ ନାଁ ପରିବର୍ତ୍ତନ କରି ପୂର୍ବ ଯୋଜନାକୁ କାର୍ୟ୍ୟକାରୀ କରାଯାଇଛି । ସାରାଂଶରେ କହିବାକୁ ଗଲେ ଏହା କେବଳ ନାମକରଣ ବଦଳି ବଜେଟ । ଆଶା କରୁଛି ଆଗାମୀ ଦିନରେ ଯାହା ବି ଘୋଷଣା ହୋଇଛି ତାହା ସାଧାରଣ ଜନତା ଓ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ।

    Maximum 500 characters

    ରାଜନୀତି View all

    Find Us on Facebook