Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ ବଜେଟ ସମ୍ପୂର୍ଣ ନୈରାଶ୍ୟଜନକ: ପ୍ରତାପ ଜେନା

    Share on :
    ajab-Image
    Date: Jul 26, 2024    Views: 3547

    ଭୁବନେଶ୍ୱର:  ରାଜ୍ୟ ବଜେଟ ସମ୍ପୂର୍ଣ ନୈରାଶ୍ୟଜନକ ବୋଲି   ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି। ମୋହନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରାୟ ଚାଳିଶରୁ ଉର୍ଦ୍ଧ ଲୋକପ୍ରିୟ ଯୋଜନା ଗୁଡିକର କପି ପେଷ୍ଟ କରାଯାଇ କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି।
    ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳା ମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିବା ବେଳେ ଏଥିପାଇଁ ମାତ୍ର ଦଶ ହଜାର କୋଟି ଟଙ୍କା ଘୋଷିତ ହୋଇଥିବାରୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ୍ୟ ମହିଳା ଏଥିରୁ ଲାଭ ପାଇବେ। ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୩୦୦୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କେବଳ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି । ଅପରପକ୍ଷରେ ଅର୍ଥନୈତିକ ଦୂରଦୃଷ୍ଟୀ, ଶିଳ୍ପ, ରୋଜଗାର, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ଆଦି ବିଷୟରେ ଏ ବଜେଟ ସଂପୂର୍ଣ୍ଣ ନିରବ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook