Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଜେଟ: କାର୍ୟ୍ୟକାରୀ ହେବ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା

    Share on :
    ajab-Image
    Date: Jul 26, 2024    Views: 3309

    ଭୁବନେଶ୍ୱର:  ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ୟ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂଆ ବିଜେପି ସରକାର। ଆଜି ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ବେଳେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ସ୍କୁଲ୍ ଡ୍ରପ୍‌ଆଉଟ୍ ହାର ସାଧାରଣତଃ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଏକ ଚିନ୍ତାର ବିଷୟ। ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ, ଦୁର୍ବଳ ଭିତ୍ତିଭୂମି ଓ ସୀମିତ ସମ୍ବଳ ଭଳି ସାମାଜିକ-ଅର୍ଥନୈତିକ କାରଣଗୁଡ଼ିକ ହେଉଛି ଡ୍ରପ୍‌ ଆଉଟ୍ ସମସ୍ୟାର କେତେକ ପ୍ରମୁଖ କାରଣ। ପ୍ରାଥମିକ ଶ୍ରେଣୀରୁ ମାଧ୍ୟମିକ ଶ୍ରେଣୀ ଓ ପୁନଶ୍ଚ ମାଧ୍ୟମିକ ଶ୍ରେଣୀରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ମଧ୍ୟରେ ସ୍କୁଲ ଡ୍ରପ୍‌ଆଉଟ୍ ହାରକୁ ରୋକିବା ପାଇ ରାଜ୍ୟ ସରକାର ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂତନ ଯୋଜନା କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

    ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ତେଣୁ ମୁଁ ବଜେଟ ଆକଳନ ୨୦୨୪-୨୫ରେ ଏହି ଯୋଜନା ଅଧୀନରେ ୧୫୬ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ଦେଉଛି। ଏତଦ୍‌ ବ୍ୟତୀତ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି,ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ନିମନ୍ତେ ଚଳିତ ବର୍ଷ ବଜେଟରେ ୧୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

    Maximum 500 characters

    ରାଜନୀତି View all

    Find Us on Facebook