Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଜେଟ: ‘ମୋ ସ୍କୁଲ’ ହେଲା ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’

    Share on :
    ajab-Image
    Date: Jul 26, 2024    Views: 2886

    ଭୁବନେଶ୍ୱର: ବିଜେଡି ସରକାର ଅମଳର ‘ମୋ ସ୍କୁଲ୍’ ଯୋଜନାର ନାଁ ବଦଳାଇ ଦେଇଛନ୍ତି ରାଜ୍ୟର ପ୍ରଥମ ବିଜେପି ସରକାର। ‘ମୋ ସ୍କୁଲ୍’ର ନାଁ ବଦଳାଇ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ରଖାଯାଇଛି।  ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିଲେ ଏହି ସୂଚନା।
     ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବା ବେଳେ କହିଥିଲେ, ଗୁଣାତ୍ମ ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢ଼ିତୋଳେ। ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି। ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଆମେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୨୦୨୪-୨୫ ଆର୍ଥିକ ବର୍ଷରେ ୩୩୨ କୋଟି ଟଙ୍କା ଆବଣ୍ଟନ କରିବୁ।ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ, ପ୍ରଶାସନିକ, ପାଠାଗାର, ହଷ୍ଟେଲ କୋଠା ନିର୍ମାଣ ତଥା ଭିତ୍ତିଭୂମି ବିକାଶ ପାଇଁ ୨୦୨୪-୨୫ ବଜେଟରେ ୩୨୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook