Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଦଳିଲା ‘କାଳିଆ’ , ହେଲା ମୁଖ୍ୟମନ୍ତ୍ରୀ କୃଷକ ଯୋଜନା

    Share on :
    ajab-Image
    Date: Jul 26, 2024    Views: 3537

    ଭୁବନେଶ୍ବର: ରାଜ୍ୟରେ କାଳିଆ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ନବୀନ ସରକାର କୃଷକଙ୍କ ପାଇଁ ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିନଥିଲେ ସୁଦ୍ଧା ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହା ଏବେଠାରୁ ‘ସିଏମ କିଷାନ ଯୋଜନା’ ଭାବେ ନାମିତ ହେବ ।

    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହା ଏବେଠାରୁ ମୁଖ୍ୟମନ୍ତ୍ରୀ କୃଷକ ଯୋଜନା ଭାବରେ କାର୍ୟ୍ୟକାରୀ ହେବ । ନିର୍ବାଚନୀ ଇସ୍ତାହାର ପୂରଣ ସ୍ବରୂପ ମୋହନ ସର କାର ରାଜ୍ୟର ମହିଳାଙ୍କ ପାଇଁ ଶୁଭଦ୍ରା ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ଏଥିରେ ୧୦ ହଜାର କୋଟିର ବ୍ୟୟବରାଦ ଘୋଷଣା କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ କାର୍ୟ୍ୟକାରୀ ହେବ ବୋଲି ପୂର୍ବରୁ ମୋହନ ସରକାର ଘୋଷଣା କରିସାରିଛନ୍ତି । ଏହା ସହ ମହିଳା ସଶକ୍ତିକରଣ ଯୋଜନା ‘ମିଶନଶକ୍ତି’କୁ ଜାରି ରଖିବା ସହ ଏଥିରେ ଅର୍ଥ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook