Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜେଟ: ଜଳସେଚନ ପାଇଁ ୩୩୫୨ କୋଟି

    Share on :
    ajab-Image
    Date: Jul 26, 2024    Views: 3308

    ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ନବରଙ୍ଗପୁର ଉଠା ଜଳସେଚନ ପ୍ରକଳ୍ପ, ନବରଙ୍ଗପୁରର ତୁରୀ-ଗୁଣ୍ଟାଟ ଜ‌ଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ମୟୂରଭଞ୍ଜର ଦ୍ବିତୀୟ ପର୍ୟ୍ୟାୟ ପ୍ରକଳ୍ପ, ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ, ସାନ୍ଦୁଲ ବ୍ୟାରେଜ୍ ପ୍ରକଳ୍ପର ୟୁଜିପିଏଲ୍‌ ବଣ୍ଟନ ବ୍ୟବସ୍ଥା, ଗଜପତିର ଛେଳିଗଡ଼ ଡ୍ୟାମ୍, ନୂଆଗାଁ ବ୍ୟାରେଜ୍ ପ୍ରକଳ୍ପ, ଗଞ୍ଜାମର ଜାନିଭିଲି ବ୍ୟାରେଜ୍ ପ୍ରକଳ୍ପ, ମୟୂରଭଞ୍ଜର ସୋନୋ ଓ ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପ, ହାଡ଼ୁଆ ଡ୍ୟାମ୍ ପ୍ରକଳ୍ପଗୁଡ଼ିକୁ କାର୍ୟ୍ୟକାରୀ କରିବା ପାଇଁ କାମ ହାତକୁ ନିଆଯିବ। ଏଥିପାଇଁ ବଜେଟ୍‌ରେ ୩,୩୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

    ସେହିପରି ନୟାଗଡ଼ର ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଞ୍ଜାମର ପିପଳପଙ୍କ ଡ୍ୟାମ୍, ବଲାଙ୍ଗୀର ଉପର ଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ, ଅନୁଗୁଳର ସାମାକୋଇ ବ୍ୟାରେଜ୍ ପ୍ରକଳ୍ପ, ବରଗଡ଼ର ୩ଟି ଓ ନୂଆପଡ଼ାର ୭ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡିର ୩ଟି ଓ ନୂଆପଡ଼ାର ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ାର ୩୫୯ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଓ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରାଯିବ। ବ୍ୟାପକ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ୭୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବନ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ସାମଗ୍ରିକ ବନ୍ୟା ପରିଚାଳନା, ବିପର୍ୟ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ନିର୍ମାଣ, ବନ୍ୟାବନ୍ଧର ଉଚ୍ଚତା ବୃଦ୍ଧି ଓ ସୁଦୃଢ଼ୀକରଣ ଓ ବନ୍ୟାର ପୂର୍ବାନୁମାନ ମଡେଲ୍‌କୁ କାର୍ୟ୍ୟକାରୀ କରିବା ପାଇଁ ଏକ ନୀତି ପ୍ରସ୍ତୁତ କରାଯାଉଛି। ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ୮୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

    ପାର୍ବତୀଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୧୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ ଓ ପୁନଃଭରଣ ପାଇଁ ୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କେନାଲ୍ ଲାଇନିଂ ଯୋଜନା ଓ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୭୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଡ୍ରେନ୍ ଉନ୍ନତୀକରଣ ଯୋଜନାକୁ ଆଉ ପାଞ୍ଚ ବର୍ଷ ଚାଲୁ ରଖିବା ପାଇଁ ବଜେଟ୍‌ରେ ୧୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିରୁ ଚଳିତ ବର୍ଷରେ ୩୩୦ କୋଟି ଟଙ୍କା ଦିଆଯିବ। କୃଷିଜାତ ଦ୍ରବ୍ୟର ମାର୍କେଟିଂ ପାଇଁ ମାର୍କଫେଡ୍‌କୁ ଆହୁରି ବିକାଶ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook