Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜେଟ୍‌: ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ

    Share on :
    ajab-Image
    Date: Jul 26, 2024    Views: 3474

    ଭୁବନେଶ୍ବର: ଆସନ୍ତା ୨୦୨୭ ସୁଦ୍ଧ ରାଜ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ଏହି ଯୋଜନା ପାଇଁ ବଜେଟ୍‌ରେ ୧୧୬୨ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ୨୦୨୩-୨୪ରେ କରାଯାଇଥିବା ୬୨୨୪ କୋଟି ଟଙ୍କା ତୁଳନାରେ ପ୍ରାୟ ତିନି ଗୁଣା ଅଧିକ। ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ମହିଳାମାନଙ୍କ ଉଦ୍ୟୋଗ ବିକାଶ, ମହିଳା ସଶକ୍ତୀକରଣ ଓ ଆର୍ଥିକ ସ୍ବାଧୀନତା ଉପରେ କାର୍ୟ୍ୟ କରାଯିବ। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମମତା ଯୋଜନା ସହିତ ସଂଯୋଜନ କରି କାର୍ୟ୍ୟକାରୀ କରାଯିବ। ଏଥିପାଇଁ ବଜେଟ୍‌ରେ ୫୨୧ କୋଟି ଟଙ୍କା ଦିଆଯାଇଛି। ପୋଷଣ ଅଭିଯାନ ଅଧୀନରେ ୨୯୫ କୋଟି ଟଙ୍କା ଦିଆଯାଇଛି। ରାଜ୍ୟରେ ୨୮୦୬ଟି ନୂଆ ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ର ପତିଷ୍ଠା କରାଯିବ। ପ୍ରଦର୍ଶନ ଆଧାରରେ ୩୦ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବ। ୧୫ ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ଗୃହ ପରିଦର୍ଶନ ଓ ପରାମର୍ଶ କିଟ୍ ପ୍ରଦାନ କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook