Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବନ୍ୟା ନିୟନ୍ତ୍ରଣ ସହାୟତାରେ ଓଡ଼ିଶାକୁ ଭୁଲିଗଲେ

    Share on :
    ajab-Image
    Date: Jul 23, 2024    Views: 3513

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ତୃତୀୟ ପାଳିର ଏହି ପ୍ରଥମ ବଜେଟରୁ ଓଡ଼ିଶାକୁ ବଡ଼ ଆଶା ଥିଲା । ପ୍ରଥମ ଥର ଓଡ଼ିଶାରେ ବିଜେପି ସରକାର ଗଠନ କରିଥିବାରୁ ବଜେଟରେ ମଧ୍ୟ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଆଶା ରଖାଯାଉଥିଲା । କିନ୍ତୁ ଓଡ଼ିଶାକୁ ନିରାଶ କରିଛନ୍ତି ମୋଦି ସରକାର । ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । ବଜେଟରେ ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ଅନୁଦାନ ମିଳିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଆର୍ଥିକ ସହୟତା ପ୍ରଦାନ କରାଯିବ । ସେହିପରି ଆନ୍ଧ୍ରପ୍ରଦେଶର ବିକାଶ ଲାଗି ୧୫ ହଜାର କୋଟି ମିଳିବା ନେଇ ଘୋଷଣା ହୋଇଛି । ହେଲେ ଓଡ଼ିଶା ଏଥିରୁ ବାଦ୍ ପଡିଛି । ୪ଟି ରାଜ୍ୟ ପାଇଁ ଘୋଷଣା ହୋଇଥିବା ବନ୍ୟା ସହୟତାରେ ମଧ୍ୟ ଓଡ଼ିଶାର ନାଁ ନାହିଁ ।
    ୪ଟି ରାଜ୍ୟ ପାଇଁ ବନ୍ୟା ନିୟନ୍ତ୍ରଣ ସହାୟତା ଘୋଷଣା ହୋଇଛି । ଏଥିରେ ମଧ୍ୟ ଓଡ଼ିଶାକୁ ନିରାଶ ହେବାକୁ ପଡିଛି । ଏହି ରାଜ୍ୟଗୁଡିକ ହେଲେ ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ବିହାର । ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧ ହଜାର ୫୦୦ କୋଟି ପ୍ରଦାନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
    ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉପରେ ଭରସା କରିଥିଲେ ଓଡ଼ିଶାବାସୀ । ବିଧାନସଭାରେ ସ୍ପଷ୍ଟ ବହୁମତ ଦେଇଥିବାବେଳେ ୨୧ ଲୋକସଭା ଆସନରୁ ୨୦ଟି ଆସନରେ ବିଜୟୀ କରାଇଥିଲେ । ରାଜ୍ୟରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ହୋଇଥିବାବେଳେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରୁ ଅନେକ କିଛି ଆଶା କରିଥିଲା ଓଡ଼ିଶା । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମିଳିବାର ଆଶା ରଖାଯାଉଥିଲା । ହେଲେ ବଜେଟରେ ସେଭଳି କିଛି ଘୋଷଣା ହୋଇନି । ଆନ୍ଧ୍ର ଓ ବିହାରର ବିକାଶ ପାଇଁ ମୋଦି ସରକାର ଟଙ୍କା ବର୍ଷା କରିଥିବାବଳେ ପର୍ୟ୍ୟଟନ ବିକାଶ ନାଁରେ ଓଡ଼ିଶାକୁ କେବଳ ଲଲିପପ୍ ଧରାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଦେବସ୍ଥଳୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook