Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଆସିବ କେନ୍ଦ୍ର ବଜେଟ୍

    Share on :
    ajab-Image
    Date: Jul 23, 2024    Views: 3776

    ନୂଆଦିଲ୍ଲୀ: ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

    ଏଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତିରେ ବି ସଂଶୋଧନ ହୋଇପାରେ।  ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭ୍କୁ ପ୍ରାଧାନ୍ୟ ମିଳିପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ। ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ।
    ବଜେଟରୁ ବଡ଼ ଆଶା ରଖିଛି ପର୍ୟ୍ୟଟନ କ୍ଷେତ୍ର। ଦେଶର ଜିଡିପିରେ ପର୍ୟ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ୟ୍ୟଟନ ବଜେଟ୍ ମାତ୍ର ୨୪ ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁ ନାହିଁ ପର୍ୟ୍ୟାପ୍ତ ଭିତ୍ତିଭୂମି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook