Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିର୍ମଳା ସୀତାରମଣଙ୍କ ଲୁକ୍‌ ଭାଇରାଲ୍‌

    Share on :
    ajab-Image
    Date: Jul 23, 2024    Views: 3938

    ନୂଆଦିଲ୍ଲୀ: ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ବଜେଟର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲୁକ୍‌ ଭାଇରାଲ୍‌ ହୋଇଛି। ତାଙ୍କର ସପ୍ତମ ବଜେଟ ପାଇଁ ଅର୍ଥମନ୍ତ୍ରୀ ଏକ ଧଳା ଏବଂ ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି।
    ପ୍ରତ୍ୟେକ ଥର ପରି ସେ ନିଜର ବଜେଟ ୨୦୨୪ ଉପସ୍ଥାପନ କରିବାକୁ ଶାଢି ଚୟନ କରିଛନ୍ତି। ତାଙ୍କ ଶାଢିର ରଙ୍ଗ ଧଳା ଏବଂ ଗାଢ ଗୋଲାପୀ। ଗୋଲାପୀ ଏବଂ ଧଳା ରଙ୍ଗ ମିଶ୍ରଣ ଏବଂ ନିର୍ଦ୍ଦୋଷତାରର ରଙ୍ଗ ଭାବରେ ବିବେଚନା କରାଯାଏ।
    ପୂର୍ବ ବର୍ଷଗୁଡିକରେ ସୀତାରମଣଙ୍କ ବଜେଟ ଲୁକ୍‌କୁ ନେଇ ଚର୍ଚ୍ଚା ବଢିଥିଲା। ସେ ୨୦୨୪ର ମଧ୍ୟବର୍ତ୍ତୀକାଳୀନ ବଜେଟ ପାଇଁ ଏକ ନୀଳ ହ୍ୟାଣ୍ଡଲୁମ ଶାଢି ପିନ୍ଧିଥିଲେ। ନୀଳ ରଙ୍ଗ ଶାନ୍ତି ଏବଂ ଶକ୍ତିର ପ୍ରତୀକ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook