Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ

    Share on :
    ajab-Image
    Date: Dec 2, 2025    Views: 2754

    ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ । ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା । ସଠିକ୍ ଲକ୍ଷ୍ୟ ଏବଂ ବିନାଶକାରୀ ଦକ୍ଷତା ପ୍ରଦର୍ଶନ କରିଛି ବ୍ରହ୍ମୋସ୍ ମିସାଇଲ । ଦକ୍ଷିଣ କମାଣ୍ଡର ବ୍ରହ୍ମୋସ୍ ୟୁନିଟ୍ ଦ୍ୱାରା ଏହି ଦୂରଗାମୀ ଏବଂ ସଠିକ୍ ପ୍ରକ୍ଷେପଣ କରାଯାଇଛି । ଏବେ ଶତ୍ରୁର ଉଡ଼ିବ ହୋସ୍ । ଦୁନିଆ ଭାରତର ଆତ୍ମନିର୍ଭରତାର ଶକ୍ତି ଦେଖିଛି । 'ଅପରେସନ୍' ସିନ୍ଦୂରରେ ପାକିସ୍ତାନକୁ ଘାଇଲା କରିଥିବା ବ୍ରହ୍ମୋସ୍ ସୁପରସୋନିକ୍ ମିସାଇଲ ।

    ଏଥିରେ ଆଣ୍ଡାମାନ ନିକୋବର କମାଣ୍ଡ ସହାୟତା କରିଥିଲେ । କ୍ଷେପଣାସ୍ତ୍ରଟି ସଠିକ୍ ଭାବେ ଲକ୍ଷ୍ୟଭେଦ ହୋଇଥିବା ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ସେନା ପକ୍ଷରୁ କୁହାଯାଇଛି । ସେନାର ଦୂରଗାମୀ ଆକ୍ରମଣ କ୍ଷମତାକୁ ଆହୁରି ମଜବୁତ କରିବା ଦିଗରେ ସହାୟକ ହେବ ବ୍ରହ୍ମୋସ୍ । ଏହି ପରୀକ୍ଷଣ ଦେଶର ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ନିର୍ଭରଯୋଗ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଶକ୍ତିଶାଳୀ ପ୍ରମାଣ ଦେଇଛି । ପହଲଗାମ ଆତଙ୍କୀ ହମ୍‌ଲା ପ୍ରତିଶୋଧ ନେବାକୁ ଭାରତ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା ।  ମେ ମାସରେ ୪ ଦିନିଆ ସଂଘର୍ଷ ସମୟରେ, ପାକିସ୍ତାନୀ ବାୟୁସେନା ଘାଟି,  ଆତଙ୍କୀ ଶିବିର ଏବଂ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ପାଇଁ ବ୍ରହ୍ମୋସ ବ୍ୟବହାର କରାଯାଇଥିଲା । ଯେଉଁଥିରେ ୯ ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଥିଲା । ଏହା ସହିତ ଭାରତ ବନ୍ଧୁ ଦେଶମାନଙ୍କୁ ବ୍ରହ୍ମୋସ ଯୋଗାଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ନିକଟତର ହୋଇଛି । ଏହି ଚୁକ୍ତିନାମା ଉପରେ ଆଲୋଚନା ଶେଷ ପର୍ୟ୍ୟାୟରେ ଅଛି ।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook