ମୁଖ୍ୟ ଖବର
ଆପଣଙ୍କର ବୈବାହିକ ଜୀବନରେକିଛି ବ୍ରେକ୍ ଅଫ ଘଟିଛି କି ? ଯଦି ହଁ ଟ୍ଟଭାଙ୍ଗିପଡ଼ି ନାହାଁନ୍ତି ତ ? ଭାଙ୍ଗିପଡ଼ନ୍ତୁ ନାହିଁ ।ନିଜେ ଯଦି ଭାଙ୍ଗିପଡ଼ିବେ ଆପଣଙ୍କ ପାଖରେ ଥିବା ଛୋଟ ପିଲାଟି ବି ମାନସିକ ଭାବେ ଭାଙ୍ଗିପଡ଼ିବ । ସେମିତିହେଲେ ନା ଆପଣ ପରିସ୍ଥିତିକୁ ସାମନା କରିପାରିବେ ନା ପିଲାଟିକୁ ଭବିଷ୍ୟତପାଇଁ ଗଢ଼ିପାରିବେ । ଆପଣଙ୍କଭବିଷ୍ୟତ ଯାହା ହେଉ ପିଲାଟିର ଭବିଷ୍ୟତକୁ ତ ପୁଣି ଦେଖିବେ କି ନାହିଁ। ସେଥିପାଇଁ ଆପଣ ନିଶ୍ଚିତଭାବେଧୈର୍ୟ୍ୟର ସହ ସମୟକୁ ସାମନା କରିବାକୁ ପଡ଼ିବ ।
-ନିଜେ ପ୍ରଥମେ ନିଜକୁଦୃଢ଼ ରଖନ୍ତୁ, ଭାବନ୍ତୁ ଯାହା ହେବାର ଥିଲା ହୋଇଯାଇଛି । ନିଜ ଅପେକ୍ଷା ନିଜ ପାଖରେ ଥିବା ପିଲାକୁବେଶୀ ଗୁରୁତ୍ଵ ଦିଅନ୍ତୁ । ନିଜେ ଉଭୟ ମାଆ-ବାପା ଦାୟିତ୍ଵ ତୁଲାଉଛନ୍ତି ମାନେ ଧର୍ୟ୍ୟର ସହ ପିଲାଟିରକଥା ଶୁଣନ୍ତୁ । ଆଉ ମାନସିକ ଭାବେ ତାକୁ ସମର୍ଥନ ଦିଅନ୍ତୁ । ତା ମାନେ ନୁହେଁ ତାକୁ ଜିଦଖୋର ସ୍ଵଭାବରକରିବା । ତାକୁ ଯଥା ସମ୍ଭବ ବୁଝିବାକୁ ଚେଷ୍ଟାକରନ୍ତୁ । ତାର ଅଭାବବୋଧକୁ ଦୂର କରିବାକୁ ଚେଷ୍ଟାକରନ୍ତୁ ।
-ପିଲାଟି ସହିତ ଆସ୍ତେଆସ୍ତେ ଭଲକରି ମିଶିବାକୁ ଚେଷ୍ଟା କରନ୍ତୁ । ସାଙ୍ଗଭଳି ବ୍ୟବହାର କରନ୍ତୁ ଯାହା ସବୁକଥା ସେୟାର କରିବାକୁ ଭୟ କରିବ ନାହିଁ ।
-ଅତୀତର ଘଟିଯାଇଥବାଘଟଣାକୁ କେବେ ବାରମ୍ବାର ପିଲାଟିର ଆଗରେ ପ୍ରକାଶ କରନ୍ତୁ ନାହଁ । ପଜିଟିଭ ଭାବରେ ସବୁକଥା ସେୟାରକରନ୍ତୁ । ବେଶି ଫେମିଲାର ଭାବେ ମିଶନ୍ତୁ , ଯାହା ପିଲାଟିକୁ ଲାଗିବ ଆପଣ ନାଲି ଆଖି ଦେଖାଉଥିବାଜଣେ ବୟସ୍କ ଅଭିଭାବକ ନୁହଁନ୍ତି ।
-ଆପଣ ପିଲାଟିକୁ ଏତେଗେହ୍ଲା କରନ୍ତୁନି ଯେ ପାଠଶାଠ ନ ପଢ଼ି ଜିଦଖୋର ହେଇଯାଉ । ମିଶିବା ସହିତ ଅଳ୍ପ ଗାଇଡ଼ୟାନ୍ସ ରହିବା ଦରକାର ।
-ପିଲାଟିକୁ କୌଣସି ସଂପର୍କର ଅଭାବକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ, ଅନେକ ସମୟରେ ଏକା ଏକା ସମୟ କାଟିବାକୁ ଦିଅନ୍ତୁ ନାହଁ । ତା ସହଯେତିକି ସମୟ ଅଧିକ ପାଉଛନ୍ତି ;କାଟନ୍ତୁ । ଫଳରେ ସେ ସମୟର ବ୍ୟବଧାନ ପାଇବ ନାହଁ ଅନ୍ୟକିଛି କଥାଭାବିବାକୁ ।
-ପିଲାଟିକୁ ନିଜର ଦାୟିତ୍ଵରୁମୁକୁଳିବା ପାଇଁ ହଷ୍ଟେଲ କି ଡ଼େ ବୋର୍ଡ଼ିଙ୍ଗ ସ୍କୁଲରେ ଛାଡ଼ନ୍ତୁ ନାହଁ । ଅନ୍ୟମାନଙ୍କର ଗର୍ଡ଼ିଆନ ଦେଖା କରିବାକୁ ଆସିବା ବେଳେ ନିଶ୍ଵୟ ପିଲାଟିର ମନରେ ଦୁଃଖ ଆସିବ । ସେଥିପାଇଁ ନିଜ ତତ୍ତ୍ଵାବଧାନରେରଖନ୍ତୁ ।
-ସମୟ ପାଇଲେ ପିଲାଟିସହିତ ବିଭିନ୍ନ ଏଣ୍ଟରଟେନମେଣ୍ଟରେ ଟାଇମ ଦିଅନ୍ତୁ ।
-ବିଭିନ୍ନ ସମୟରେ କାର୍ଟୁନକିମ୍ବା ମଜାଳିଆ ଚିତ୍ର,ଗପ କିମ୍ବା ଜୋକସ କହି ପିଲାଟି ସହିତ ମିଶିଯାନ୍ତୁ ।
-ପିଲାଟି ଯଦି ଜିଦ ଧରୁଥାଏ,ତାହେଲେ ଆଗେ ବୁଝିବାକୁ ଚେଷ୍ଟା କରନ୍ତୁ କଣ ଚାହୁଁଛି । ତାପରେ ଯଥାସମ୍ଭବ ପୂରଣ କରନ୍ତୁ ନହେଲେଭଲ କରି ବୁଝେଇଦିଅନ୍ତୁ । ଯେମିତି ଆଉ କୌଣସି ସମୟରେ ଜିଦ ଧରିବ ନାହିଁ ।
-ପିଲାଟିକୁ ମଝିରେ ମଝିରେକୌଣସି ନୂଆ ଜାଗାକୁ ବୁଲେଇ ନିଅନ୍ତୁ । ତା ପସନ୍ଦର ଜିନିଷ ବି କିଣି ଦିଅନ୍ତୁ, ଖୁସି କରିବାକୁ ।ଯଦି ଆପଣ କିଛି ମନ ଊଣା କରୁଛନ୍ତି , ତାହେଲେ ସେ କାହାର ନା କାହାର ଅଭାବକୁ ଅନୁଭବ କରିବ ।
-ପିଲାଟିକୁ ବିଭିନ୍ନସମୟରେ କାହାଣୀ ମାଧ୍ୟମରେ ବଡ଼ ଲୋକଙ୍କ ଜୀବନୀ ସଂବନ୍ଧରେ କୁହନ୍ତୁ । ଯାହା ପିଲାଟି ଉପରେ ଅନୁକୂଳପ୍ରଭାବ ପକାଇବ ।
-ଏଭଳି ପିଲାଟି ସହିତମିଶିଯାନ୍ତୁ, ଯାହାକି ପିଲାଟି ଭାବିବ, ତା ପାଇଁ ଆପଣ ହେଉଛନ୍ତି ପିଲାଟିର ଶ୍ରେଷ୍ଠ ମଣିଷ ପୃଥିବୀର।
Comments ସମସ୍ତ ମତାମତ