Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଏମସି ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ପ୍ରୟାସ- B- LEAP.

    Share on :
    ajab-Image
    Date: Jun 6, 2026    Views: 2848

    ଭୁବନେଶ୍ବର: ସରକାରଙ୍କ ଶିକ୍ଷାନୀତି ଅନୁସରଣ ପୂର୍ବକ ଆଜି  ଭୁବନଶ୍ୱରର ମହାନଗର ନିଗମ ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଶିକ୍ଷା ନବିଶ (INTERN) କାର୍ଯ୍ୟକ୍ରମ l ଏହି ଅବସରରେ ମଞ୍ଚାସୀନ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଆୟୁକ୍ତ ବି  ଏମ୍  ସି  ଶ୍ରୀ  ଚଞ୍ଚଳ ରାଣା , ବି  ଏମ୍  ସି  ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମ ଚନ୍ଦ୍ର ରଣସିଂହ ଙ୍କ ସମେତ ବିଜେବି କଲେଜ, ଏକାମ୍ର କଲେଜ ଏବଂ ମହର୍ଷି କଲେଜର ଅଧ୍ୟାପକ ବୃନ୍ଦ ଉଦଘାଟନୀ ରେ ଯୋଗଦେଇ ବୃକ୍ଷ କୁ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

    +3 ଶ୍ରେଣୀର କଳା,ବାଣିଜ୍ୟ ଏବଂ ବିଜ୍ଞାନର  ସମୁଦାୟ 85 ଜଣ ବିଦ୍ୟାର୍ଥୀ ଏଥିରେ ସାମିଲି  ଅଛନ୍ତି l ଏହା ନୂତନ ଶିକ୍ଷା ଖସଡା ଏକ ଉପାଦାନ l ଆମେ ନେଉଥିବା ଶିକ୍ଷା ଏବଂ କ୍ଷେତ୍ର ବିଶେଷରେ ହେଉଥିବା କାର୍ଯ୍ୟକ୍ରମ କୁ ଛାତ୍ର ଛାତ୍ରୀ କିପରି ଅନୁଭୂତିରେ ଆଣି ପାରିବେ, ଯାହା ପରବର୍ତ୍ତୀ ବେଉସା ଏବଂ ସାମାଜିକ ଚଳଣିରେ ସହାୟକ ହେବ, ସେଥିପାଇଁ ଏପରି ବ୍ୟବସ୍ଥାରେ ପ୍ରଚଳନ ହେଉଛି ବୋଲି କହିଥିଲେ  ମଞ୍ଚାସୀନ ଅତିଥିବୃନ୍ଦ l

    ସମୁଦାୟ 35 ଦିନର ଅଭିଜ୍ଞତା ନେବେ ଏହି ଶିକ୍ଷାର୍ଥୀମାନେ l ରାଜ୍ୟର ପ୍ରମୁଖ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଭାବରେ ବି  ଏମ୍  ସିର କାର୍ଯ୍ୟକ୍ରମରେ ଅନେକ କିଛି ଶିଖି ଅଭିଜ୍ଞତା ହାସଲ କରିବାର ସୁଯୋଗ ମିଳିବ ବୋଲି କହିଥିଲେ ଯୋଗଦେଇଥିବା ଛାତ୍ରଛାତ୍ରୀ l

    ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ଵର ମହାନଗର ନିଗମ କରିଥିବା କାର୍ଯ୍ୟକ୍ରମରେ କିପରି ଜନ ଭାଗୀଦାରୀ ରହିଛି, ଏହି  ବିଷୟକ ବିଭିନ୍ନ ଭିଡିଓ ଚିତ୍ର ଉପସ୍ଥାପନ କରଯାଇଥିଲା l
    ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ଡେପୁଟି କମିଶନର ଶ୍ରୀ ଏନ୍ ଗଣେଶ ବାବୁ ସହରରେ ପରିମଳ କାର୍ଯ୍ୟକ୍ରମରେ କିପରି ଉନ୍ନତି ଘଟିଛି ତାହାର ଉପସ୍ଥାପନା କରିଥିଲେ l
    ଡେପୁଟି କମିଶନର ରୁବୀ ବେହେରା ଏବଂ ଆସିଷ୍ଟାଣ୍ଟ  କମିଶନର ସଂଯୋଜନାରେ ସହଯୋଗ କରିଥିଲେ l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook