Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଜରୁରୀ?

    Share on :
    ajab-Image
    Date: Sep 28, 2024    Views: 3338

    ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସଭିଁଙ୍କ ପାଇଁ ସମସ୍ୟା ପାଲଟିଛି । ଉଚ୍ଚ ରକ୍ତଚାପ ସିଧାସଳଖ କୋଲେଷ୍ଟେରୋଲ୍‌ ଓ ହୃଦୟ ସହ ଜଡିତ । କୋଲେଷ୍ଟେରୋଲ୍‌ ବୃଦ୍ଧି ଓ ହୃଦୟ ସଠିକ୍‌ ଭାବେ କାମ ନକରିବା ଦ୍ୱାରା ପ୍ରଥମ ଲକ୍ଷଣ ଉଚ୍ଚ ରକ୍ତଚାପ ଭାବେ ଦେଖାଯାଏ । ତେଣୁ ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଜରୁରୀ ତାହା ଜାଣିବା ନିତାନ୍ତ ଆବଶ୍ୟକ । କାରଣ ବୟସ ଅନୁଯାୟୀ ସଭିଁଙ୍କ ରକ୍ତଚାପ ଭିନ୍ନ ଭିନ୍ନ ହୋଇଥାଏ । ଜାଣନ୍ତୁ ୧୮ ବର୍ଷରୁ ଆରମ୍ଭ କରି ୬୦ ବର୍ଷ ପର୍ୟ୍ୟନ୍ତ ବୟସ ଅନୁଯାୟୀ କେତେ ରକ୍ତଚାପ ରହିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

    ୧୮-୩୯ ବର୍ଷ ଯୁବକଙ୍କ ୧୧୯/୭୦ ଓ ମହିଳାଙ୍କର ୧୧୦/୬୮ଏମଏମ ରକ୍ତଚାପ ରହିବା ସ୍ୱାସ୍ଥ୍ୟକର ବୋଲି କୁହାଯାଏ ।

    ୪୦-୫୬ ବର୍ଷ ବ୍ୟକ୍ତିଙ୍କର ୧୨୪/୭୭ ଓ ମହିଳାଙ୍କର ୧୨୨/୭୪ ରକ୍ତଚାପ ସ୍ୱାସ୍ଥ୍ୟକର ଅଟେ ।

    ସେହିପରି ୬୦ ବର୍ଷ ଉର୍ଦ୍ଧ ବ୍ୟକ୍ତିଙ୍କର ୧୩୩/୬୯ ଓ ମହିଳାଙ୍କର ରକ୍ତଚାପ ୧୩୯/୬୮ ସଠିକ୍‌ ଅଟେ ।

    ବୟସ ଅନୁଯାୟୀ ରକ୍ତଚାପ ଏତିକି ରହିବା ଦ୍ୱାରା ହୃଦୟ ସଠିକ୍‌ ଭାବେ କାର୍ୟ୍ୟ କରିଥାଏ।

    ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ୧୦୦/୭୦ ରକ୍ତଚାପ ରହିବା ଜରୁରୀ।

    Maximum 500 characters

    ବିଶେଷ View all

    Find Us on Facebook