Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୭ ମୃତ

    Share on :
    ajab-Image
    Date: Sep 1, 2025    Views: 3601

    ଲକ୍ଷ୍ନୌ:  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ । ଜୋରଦାର ଧମାକାରେ ପୁରା ଅଞ୍ଚଳ ଥରି ଉଠିଥିଲା। ବିସ୍ପୋରଣରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ନେଇ ଆଶଙ୍କା କରାଯାଉଛି। ସେଭଳି ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି। ଘଟଣାଟି ଗୁଡବା ଥାନା ଅନ୍ତର୍ଗତ ବେହଟା ଅଞ୍ଚଳରେ ଘଟିଛି।

    ଭୟଙ୍କର ଶବ୍ଦ ଶୁଣି ଆଖପାଖର ଲୋକମାନେ ଘରୁ ବାହାର ଚାଲି ଆସିଥିଲେ।  ସ୍ଥାନୀୟ ଲୋକେ ବାଣଫ୍ୟାକ୍ଟ୍ରିରେ ଫଶିଥିବା ଶ୍ରମିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଅନ୍ୟପକ୍ଷେ ପୋଲିସ ଓ ଆମ୍ବୁଲାନ୍ସକୁ ମଧ୍ୟ ସୂଚନା ଦିଆଯାଇଥିଲା। ସୂଚନା ପାଇ ପୋଲିସ,ଆମ୍ବୁଲାନ୍ସ ଓ ଏସ୍‌ଡିଆରଏଫ୍‌ର ଟିମ୍ ଘଟଣାସ୍ଥଳେର ପହଁଞ୍ଚିଥିଲେ। ଟିମ୍ ଆହତଙ୍କୁ ହସ୍ପିଟାଲ ପଠାିଛି।

    ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଦୁଘର୍ଟଣା କଥା ନେଇ ଆଲେଚନା କରିଛନ୍ତି। ସେ ମୃତକଙ୍କ ଶୋକ ସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ଏହା ସହ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ କରିବାର ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହତଙ୍କୁ ଉପଚାର ପାଇଁ ନିର୍ଦେଶ ଦେଇଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook