Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ବିଶ୍ବାସଘାତକ: ପ୍ରଦୀପ ପୁରୋହିତ

    Share on :
    ajab-Image
    Date: May 7, 2026    Views: 2610

    ଭୁବନେଶ୍ୱର:  ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, "ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ପାଇଁ ଆଣିଥିଲେ ନବୀନ ତାଙ୍କ ସହ ବିଶ୍ୱାସ ଘାତକ କରିଛନ୍ତି । ଯେଉଁ ମାନେ ନବୀନ ବାବୁଙ୍କୁ ଦିଲ୍ଲୀରୁ ଧରି ଆସିଥିଲେ ନବୀନ ତାଙ୍କ ପଛରୁ ଛୁରା ମାରିଛନ୍ତି । ବିଶ୍ୱାସ ଘାତକ କଥା ଆଜି ନବୀନ ବାବୁ କାହାକୁ କହୁଛନ୍ତି । ନବୀନ ବାବୁ ନିଜେ ଜଣଙ୍କ ପରେ ଜଣଙ୍କୁ ପଛରୁ ଛୁରୀ ମାରି ବିଶ୍ୱାସ ଘାତକ ପାଲଟିଛନ୍ତି । ନବୀନଙ୍କୁ ବିଶ୍ୱାସ ଘାତକ ଶବ୍ଦ ଶୋଭା ପାଉନାହିଁ । ଜନାଦେଶ ଯେତେବେଳେ ବିଜେଡି ବିରୋଧରେ ଯାଇଛି ସେଠୀ କର୍ମୀ ମାନଙ୍କର ଭୁଲ କଣ । ଠିକ୍ ଢଙ୍ଗରେ ନବୀନ ବାବୁ ଶାସନ କରି ପାରିଲେନି ବୋଲି ଜନମତ ତାଙ୍କ ବିରୋଧରେ ଗଲା ।"

     ବିଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ବିଜେପି ସରକାର ଅଛି । ଦୁଇ ବର୍ଷରେ ବିଜେପି ସରକାର ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବୋଝ ପାଲଟିଗଲାଣି । ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡିବ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡିବ । ତେଣୁ ଆମକୁ ଏକଜୁଟ ହେବାକୁ ପଡିବ । ଏହି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପଟେ ନବୀନଙ୍କ ଆହ୍ୱାନର ଜବାବ ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook