Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ତଦନ୍ତକୁ ନବୀନଙ୍କ ଏତେ ଭୟ କାହିଁକି-ମନମୋହନ

    Share on :
    ajab-Image
    Date: Nov 22, 2026    Views: 2775

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବିକାନ୍ତଙ୍କ ୨୦୨୨-୨୩ ଓ ୨୦୨୩-୨୪ର ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି। 
    ଏଣେ ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତଦନ୍ତକୁ ଏତେ ଡର କାହିଁକି? ପବ୍ଲିକ୍ ଲାଇଫ୍‌ରେ ଅଛନ୍ତି, ମାନେ ନିଜର ସ୍ବଚ୍ଛତାର ପ୍ରମାଣ ଦେବାକୁ ପଡ଼ିବ। ସିବିଆଇ ହେଉକି କୋଲ୍ ବ୍ଲକ୍ ମାମଲା ହେଉ ସବୁର ସମ୍ମୁଖୀନ ହେବା ଦରକାର। ଆମେ ଦୁର୍ନୀତିରେ ନାହୁଁ ସ୍ବଚ୍ଛତାର ପ୍ରମାଣ ହୋଇଯିବ। ଦୁଇ ବର୍ଷ ପରେ ନବୀନ ପଟ୍ଟନାୟକ, ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବିକାନ୍ତଙ୍କ  ଜାପାନ ଓ ଇଟାଲୀ ଗସ୍ତର ତଦନ୍ତ ନିର୍ଦ୍ଦେଶ ହୋଇଛି। ଏଣୁ ଏହାର ପ୍ରକୃତ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ବିରୋଧରେ ଚର୍ଚ୍ଚା, ଆଲୋଚନା ହେଲେ ଅସୁବିଧା କ’ଣ?
    ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ପାଣ୍ଡିଆନ ଓ ଆଇପିଏସ୍‌ ଅଧିକାରୀ ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ଆର୍‌ଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ସମ୍ପର୍କିତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏହାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook