Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏମଏମଡିଆର୍ ନେଇ ବିଜେଡିକୁ ବିଜେପିର ଆହ୍ୱାନ: 'ସମୟ ତାରିଖ କୁହ ଆମେ ଖୋଲା ବିତର୍କ କରିବୁ'

    Share on :
    ajab-Image
    Date: Oct 1, 2026    Views: 2369

     ଭୁବନେଶ୍ବର: ଡିଏମ୍ଏଫ୍ କୁ ନେଇ ବିଜେଡିକୁ ବିଜେପିର ଟାର୍ଗେଟ l 2019ରୁ 2024 ଭିତରେ ବିଜେଡି ସରକାର ବେଳେ ଡିଏମ୍ଏଫ୍ ଫଣ୍ଡ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଛି l ବିଜେଡି ଆନ୍ଦୋଳନର ମୁଖା ଖୋଲିଛି ଏହି ରିପୋର୍ଟ l 983 କୋଟି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଡିଏମ୍ଏଫ୍ ନିୟମ ଉଲଂଘନ କରି ଖଣି ପ୍ରଭାବିତ ହୋଇ ନ ଥିବା ଅଂଚଳରେ ଖର୍ଚ୍ଚ ହୋଇଛି l ସିଏଜି ରିପୋର୍ଟକୁ ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି l
    2019ରୁ 2024 ଭିତରେ ବିଜେଡି ସରକାର ବେଳେ DMF ଫଣ୍ଡ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଛି l ବିଜେଡି ଆନ୍ଦୋଳନର ମୁଖା ଖୋଲିଛି ଏହି ରିପୋର୍ଟ l 983 କୋଟି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଡିଏମ୍ଏଫ୍ ନିୟମ ଉଲଂଘନ କରି ଖଣି ପ୍ରଭାବିତ ହୋଇ ନ ଥିବା ଅଂଚଳରେ ଖର୍ଚ୍ଚ ହୋଇଛି l ଆଦିବାସୀ ଲୋକଙ୍କ ସ୍ୱାର୍ଥକୁ ବଳି ଦେଇ ରାଜନୈତିକ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଥିଲେ ପୂର୍ବ ସରକାର l କେନ୍ଦୁଝରରେ ପ୍ରାୟ ଅଢେଇ ହଜାର କୋଟି ବିନା ଆପ୍ରୁଭାଲରେ ଖର୍ଚ୍ଚ ହୋଇଥିବା ସିଏଜି କହିଛନ୍ତି lଡିଏମଏଫ ଟଙ୍କା ଫିକ୍ସ ଡିପୋଜିଟ ହୋଇ ଏହାର ସୁଧ ମଧ୍ୟ ଲୋକଙ୍କ ପାଇଁ ଖର୍ଚ୍ଚ ହେବା କଥା । ହେଲେ 119 କୋଟି ଟଙ୍କାର ସୁଧ ବିଜେଡି ସରକାରରେ ଲୁଟ ହୋଇଛି l ଯାଜପୁର ଓ କେନ୍ଦୁଝରରେ 51 କୋଟି ଟଙ୍କା ପାର୍କ ତିଆରି ନାଁରେ ଖର୍ଚ୍ଚ କରାଯାଇଛି ଯାହାର ଚି଼ହ୍ନ ବର୍ଣ୍ଣ ନାହିଁ lକୋଭିଡ ବେଳେ ସୁନ୍ଦରଗଡ଼ର ଏକ ଘରୋଇ ହସ୍ପିଟାଲକୁ ବିଲ୍ ଠାରୁ 10 କୋଟି 60 ଲକ୍ଷ ଟଙ୍କା ଅଧିକ ଦିଆଯାଇଛି lସୁନ୍ଦରଗଡ଼ରେ ମହୁ ଚାଷ ନାଁ ରେ 12 କୋଟି ଟଙ୍କା ଦୁର୍ନୀତିରେ ଲୁଟ୍ ହୋଇଛି l

    ଖଣି ଟିକସ ସହ ଖଣି ଅଂଚଳରେ ଲୋକଙ୍କ ବିକାଶ ପାଇଁ ବିଜେଡିର କେତେ ଦରଦ ଥିଲା ତାହା ସ୍ପଷ୍ଟ ହେଉଛି l ବିଧାନସଭାରେ ବିରୋଧୀ ମୋସନ ଦେଇଥିଲେ l ବାଚସ୍ପତି ରାଜି ଥିଲେ ଆଲୋଚନା ପାଇଁ ହେଲେ ବିଜେଡି କି କଂଗ୍ରେସ ଆଲୋଚନା ନକରି ଲୋୟାର ପିଏମଜି ରେ ଡ୍ରାମା କଲେ l କାହାର ପଲିଟିକଲା ଲଞ୍ଚ ପାଇଁ ଏତେ ବ୍ୟସ୍ତ ଥିଲା ବିଜେଡି ବୋଲି ପ୍ରଶ୍ନ କରିଛି ବିଜେପି l ବିଜେଡିର ପାଲିଟିକାଲ ଫଣ୍ଡିଂର 88 ପ୍ରତିଶତ ଖଣି କମ୍ପାନୀ ଠାରୁ କେଉଁ ସ୍ୱାର୍ଥରେ ମିଳିଛି ସ୍ପଷ୍ଟ କରୁ ବିଜେଡି lନବୀନ ବାବୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏମଏମଡିଆର ପାଇଁ ଲଢ଼ିବି ବୋଲି କହୁଛନ୍ତି l ମହାନଦୀ ପାଇଁ 2016ରେ ନବୀନ ବାବୁ ସମାନ କଥା କହିଥିଲେ, ହେଲେ 8 ବର୍ଷରେ ସେମାନେ କଣ କରିଥିଲେ କୁହନ୍ତୁ lପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପୂର୍ବତନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବେ ଅର୍ଥ ଲୁଟ୍ କରାଯାଉଥିଲା ତାହାର ବାସ୍ତବ ଚିତ୍ର ସାମ୍‌ନାକୁ ଆଣିଛି । ଆଜି ବିଜେଡି ଖଣି ରାଜସ୍ୱକୁ ନେଇ ରାଜନୈତିକ ପ୍ରତିବାଦ କରୁଛି । କିନ୍ତୁ ତାଙ୍କ ଦୀର୍ଘ ଶାସନକାଳରେ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଡିଏମ୍‌ଏଫ୍ ପାଣ୍ଠିର ବ୍ୟବହାରରେ ସିଏଜି ଗୁୁୁୁରୁତର ଅନିୟମିତତା ଚିହ୍ନଟ କରିଛନ୍ତି । ଆଜି ଯେଉଁ ବିଜେଡି ନିଜକୁ ଖଣି ଅଧିକାରର ରକ୍ଷକଭାବେ ଦେଖାଇ ହେବାକୁ ଚେଷ୍ଟା କରୁଛି, ସିଏଜି ରିପୋର୍ଟ ତାଙ୍କ ଶାସନକାଳର ଅସଲ ବାସ୍ତବତା ଲୋକଙ୍କ ସାମ୍ନାରେ ପ୍ରମାଣିତ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।

    ସେ ଆହୁରି କହିଛନ୍ତି ଯେ, ସିଏଜି ଦର୍ଶାଇଛନ୍ତି ଯେ, ବିଜେଡି ସରକାର ସମୟରେ ଡିଏମ୍‌ଏଫ୍‌ର ନିୟମକୁ ଜଳାଞ୍ଜଳି ଦେଇ କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୮୩ କୋଟି ଟଙ୍କାର ଅର୍ଥ ହେରଫେର ହୋଇଛି । ଯେଉଁ ଲୋକମାନେ ଖଣି ପାଇଁ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ନ କରାଯାଇ ଅନ୍ୟ ସ୍ଥାନରେ କରାଯାଇଛି । ସେହିଭଳି ୧୧୯ କୋଟି ଟଙ୍କାର ସୁଧ ଯାହା ଡିଏମ୍‌ଏଫ୍ ଫଣ୍ଡକୁ ଆସିବା କଥା ତାହାକୁ ବିଜେଡି ସରକାର ସମୟରେ ନ କରାଯାଇ ହେରଫେର କରାଯାଇଛି । ଯାଜପୁର ଜିଲ୍ଲାରେ ୫୦୭ କୋଟି ଟଙ୍କାର ଅର୍ଥ ଡିଏମ୍‌ଏଫ୍ ଫଣ୍ଡରୁ ଅଯାଚିତ ଭାବେ ବିଭିନ୍ନ ଅନାବଶ୍ୟକ ଖର୍ଚ୍ଚରେ ବିନିଯୋଗ କରାଯାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜିଲ୍ଲାପାଳଙ୍କ ଘରେ ପଢ଼ିବା ଘର, ମୁନ୍ୟୁସିପାଲିଟି କାର୍ଯ୍ୟାଳୟର ଅନାବଶ୍ୟକ ବିସ୍ତାର ଆଦି କାର୍ଯ୍ୟରେ କୁବିନିଯୋଗ କରାଯାଇଛି । ଯାଜପୁର ଓ କେନ୍ଦୁଝରରେ ୫୧ କୋଟି ଟଙ୍କାର ପାର୍କ ନିର୍ମାଣ କରାଯାଇଛି ଯାହାର କୌଣସି ଚିହ୍ନବର୍ଣ୍ଣ ନାହିଁ ।


    ସୁନ୍ଦରଗଡ଼ର ଏକ ହସ୍ପିଟାଲକୁ କୋଭିଡ୍ ସମୟରେ ବିଲ୍ ପରିମାଣଠାରୁ ୧୦ କୋଟି ଟଙ୍କା ଅଧିକ ଦେବା, କୌଣସି ଅଭିଜ୍ଞତା ନ ଥିବା ସଂସ୍ଥା ହାତରେ ୭ କୋଟିରୁ ଅଧିକ ଟଙ୍କା ଦେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାର ଠିକା ଦେଇଦେବା ଭଳି ଦୁର୍ନୀତି ବିଜେଡି ସମୟରେ ହୋଇଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସେହିଭଳି ସୁନ୍ଦରଗଡ଼ରରେ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମହୁଚାଷ କରାଯାଇଛି । ଯେଉଁଠି ନା ମହୁମାଛି ଅଛନ୍ତି, ନା ମହୁଚାଷୀ ଅଛନ୍ତି, ନା ମହୁବାକ୍ସ ରହିଛି । କେବଳ ସେତିକ ନୁହେଁ ଡାକ୍ତରଖାନା ପାଇଁ ଜିନିଷ କିଣା, କୋଚିଂ ସେଂଟର ନଁରେ ଅର୍ଥ ହେରଫେର ବିଷୟ ସିଏଜି ଧରିଛନ୍ତି । ସାମଗ୍ରୀକ ଭାବେ ଆକଳନ କଲେ ପାଖାପାଖି ୨୮୮୦ କୋଟି ଟଙ୍କାର ଡିଏମ୍‌ଏଫ୍ ଅର୍ଥ ହେରଫେର କଥା ସିଏଜି ସାମ୍‌ନାକୁ ଆଣିଛନ୍ତି ବୋଲି କହିଛନ୍ତି ।


    ବିଜୁ ଜନତା ଦଳ ଏବେ ଏମ୍‌ଏମ୍‌ଡିଆର ଆକ୍ଟକୁ ନେଇ ଖଣି ପ୍ରଭାବିତ ଅଂଚଳର ସ୍ୱାର୍ଥହାନୀ ହେବ ବୋଲି ଜନସାଧାରଣ ନିକଟରେ ଭ୍ରମ ସୃଷ୍ଟି କରୁଛି । କିନ୍ତୁ ସିଏଜି ରିପୋର୍ଟ ପ୍ରମାଣିତ କରୁଛି ଯେ, ସେମାନେ ଯେତେବେଳେ ସରକାରରେ ଥିଲେ କିଭଳି ଭାବେ ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ଥିବା ଅର୍ଥକୁ ନିଜ ପକେଟରେ ପୁରାଉଥିଲେ । ଏବେ ବିଜେଡି ରାଜନୈତିକ ନାଟକ ବନ୍ଦ କରି ଜନତାଙ୍କୁ ଜବାବ ଦେବାକୁ ପଡ଼ିବ । ବିଜୁ ଜନତା ଦଳ ସ୍ପଷ୍ଟ କରୁ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଡିଏମ୍‌ଏଫ୍ ଟଙ୍କାକୁ କିଏ ଲୁଟ୍ କରିଛି, କାହା ପକେଟ୍‌କୁ ଏହି ଅର୍ଥ ଯାଇଛି । ଏହା ଖଣି ପ୍ରଭାବିତ ଆଦିବାସୀ ଓ ଗରିବ ଲୋକଙ୍କ ଅଧିକାର ପ୍ରତି ନବୀନ ବାବୁଙ୍କ ପୂର୍ବ ସରକାରଙ୍କର ଅନ୍ୟାୟର ଆଉ ଏକ ଉଦାହରଣ । ନରେନ୍ଦ୍ର ମୋଦି ସରକାର ଡିଏମ୍‌ଏଫ୍ ବ୍ୟବସ୍ଥା ଆଣିଥିଲେ ଯେପରି ଖଣିରୁ ମିଳୁିଥିବା ଅର୍ଥର ଲାଭ ଖଣି ପ୍ରଭାବିତ ଲୋକଙ୍କ ପାଖରେ ପଂହଚିବ । କିନ୍ତୁ ବିଜେଡି ସରକାର ସମୟରେ ସେହି ଅର୍ଥ ହରିଲୁଟ୍ ହେଉଥିଲା ।

    କେବଳ ସେତିକି ନୁହେଁ, ବିଜେଡି ଏବେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରୁଛି ଯେ, ବିଜେପି କୁଆଡ଼େ ଖଣି କମ୍ପାନୀଙ୍କ ସ୍ୱାର୍ଥରେ କାମ କରୁଛି ବୋଲି । ତଥ୍ୟ କହୁଛି ଯେ, ବିଜୁ ଜନତା ଦଳ ପାଇଥିବା ସମୁଦାୟ ୭୭୫ କୋଟି ଟଙ୍କାର ରାଜନୈତିକ ଚାନ୍ଦା ଭିତରୁ ୬୮୨ କୋଟି ଟଙ୍କା ହେଉଛି ଖଣି କମ୍ପାନୀଙ୍କ ଠାରୁ ଆଦାୟ କରାଯାଇଥିବା ଅର୍ଥ ଯାହା ମୋଟ୍ ଅର୍ଥର ୮୮% । ବିଜେଡି ସ୍ପଷ୍ଟ କରୁ କେଉଁ କାରଣ ପାଇଁ ସେମାନଙ୍କୁ ଖଣି କମ୍ପାନୀମାନେ ଏତେ ଅଯାଚିତ ଅର୍ଥ ଦେଲେ? ଏହା କ’ଣ ଶାହା କମିଶନଙ୍କ ସୁପାରିଶ ପରେ ଆଦାୟ ହେବାକୁ ଥିବା ଜରିମାନା ଅର୍ଥ ଛାଡ଼ କରିଦେବାର ପୁରସ୍କାର କି ବୋଲି ବିଜେପି କହିଛି ।


    ବିଧାନସଭାରେ ସରକାର ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ଆଲୋଚନା ପାଇଁ ରାଜି ଥିଲାବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ଗୃହ ଚଲାଇ ଦେଲେନାହିଁ । ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ଖୋଲା ବିତର୍କ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସର ପଛଘୁଂଚା କାହିଁକି ? ଯଦି ସତ୍ ସାହାସ ଅଛି ବିଜୁ ଜନତା ଦଳ ଏମ୍‌ଏମ୍‌ଡିଆର୍ ଆକ୍ଟ ଏବଂ ସିଏଜି ରିପୋର୍ଟ ଉପରେ ଖୋଲା ବିତର୍କକୁ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି, ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook