Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେଇ ନ ଥିଲା ବିଜେଡି

    Share on :
    ajab-Image
    Date: May 16, 2025    Views: 2842

    ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମଜିକ ଓ ଆର୍ଥକଭାବେ ପଛୁଆ ବର୍ଗ(ଏସ୍‌ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ରାଜ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗରେ ଥିବା ୫୪ ପ୍ରତିଶତ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇରହିବ । ୯୦ ଦଶକରେ ପଛୁଆ ବର୍ଗଙ୍କ ପାଇଁ ଯେତେବେଳେ ସଂରକ୍ଷଣ ଲାଗୁ ହେଲା, ସେବେ ପରଠାରୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ହେବା ପାଇଁ ଏହି ନିଷ୍ପତି କାର‌୍ୟ୍ୟକାରୀ ହୋଇ ନ ଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସବ୍‌କା ସାଥ ସବ୍‌କା ବିକାଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ ଡବଲଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତି ନିଆଯାଇଛି । ସମାଜର ତଳ ପାହାଚରେ ରହୁଥିବା ବ୍ୟକ୍ତି ବିଶେଷର ବିକାଶ ପାଇଁ ମୋଦିଜୀ ତାଙ୍କ ମନ୍ତ୍ରୀମଣ୍ଡଳରେ ୨୭ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରିଛନ୍ତି । ମେଡିକାଲ, ଇଞ୍ଜିନଂୟରିଂ  ଆଦି କ୍ଷେତ୍ରରେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇସାରିଛନ୍ତି । 

    ମାତ୍ର ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବାସତ୍ୱେ ପଛୁଆବର୍ଗଙ୍କ ମୌଳିକ ଅଧିକାର ପାଇଁ ବିଜେଡି କର୍ଣ୍ଣପାତ କରି ନ ଥିଲା । ଓଡ଼ିଶାରେ ଏହି ବର୍ଗକୁ ସଂରକ୍ଷଣ ଦେବା ପାଇଁ ସେତେବେବେଳେ ବିଜେପି ବାରମ୍ବାର ଦାବି କରିଥିଲା । ବିଭିନ୍ନ ଫୋରମ୍‌ରେ ଆନ୍ଦୋଳନ କରିଥିଲା ।  ଗାଁକୁ ଗାଁ ଯାଇ ଅଭିଯାନ ମଧ୍ୟ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସରଂକ୍ଷଣ ବ୍ୟବସ୍ଥା ପାଇଁ ତତ୍କଳୀନ ବିଜେଡି ସରକାରଙ୍କୁ ବାରମ୍ବାର ଚିଠି କରିଥିଲେ । ଏହାସତ୍ୱେ ବି ତତ୍କାଳୀନ ସରକାର ଏଥିପ୍ରତି ଅଣଦେଖା କରିଥିଲେ । ପଛୁଆବର୍ଗଙ୍କ ସହ ସେତେବେଳେ ପ୍ରତାରଣା କରାଯିବା ସହ ବିଶ୍ୱାସଘାତକତା କରାଯାଇଥିଲା । ପଂଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ପୂର୍ବରୁ ୨୭% ସଂରକ୍ଷଣ ଦିଆଯାଉଥିôବାବେଳେ ବିଜେଡିର ଯୋଜନାବଦ୍ଧଭାବେ ଚକ୍ରାନ୍ତ କରିବାରୁ ଏହି ବ୍ୟବସ୍ଥା ଉଠିଯାଇଥିଲା । ସେତେବେଳେ ଉତରପ୍ରଦେଶ, ମଧ୍ୟପ୍ରଦେଶର ସରକାରମାନେ କୋର୍ଟଙ୍କୁ ବୁଝାଇ ଏନେଇ ମାସେ ସମୟ ନେଇ ବିଭିନ୍ନ ଡାଟା ଦେବାକୁ କହିଥିଲେ ।  ଅପରପକ୍ଷେ ତତ୍କାଳୀନ ସରକାରଙ୍କ ଆଡ୍‌ଭୋକେଟ ଜେନେରାଲ ପଛୁଆବର୍ଗଙ୍କ ଡାଟା ନାହିଁ ବୋଲି ମନା କରି ଦେଇଥିଲେ । କୋର୍ଟଙ୍କୁ ବାସ୍ତବତା  କହି ନ ଥିଲେ । ବିଜେଡି ସରକାରଙ୍କ ଏଭଳି ମିଛ କାରଣରୁ ପଛୁଆବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ହୋଇଥିଲେ । ଯେଉଁ ବିରୋଧୀମାନେ ପୂର୍ବରୁ ପଛୁଆବର୍ଗଙ୍କ ପାଇଁ ଆଦୌ କିଛି କରି ନ ଥିଲେ, ଏବେ ସେମାନେ ବିଭିନ୍ନ ଦାବି କରିବା ଏକ ହାସ୍ୟସ୍ପଦ କଥା । ପଛୁଆବର୍ଗଙ୍କ ବିକାଶକୁ ସହ୍ୟ କରି ନ ପାରି ବିରୋଧୀ ଏବେ ବାଉଳି ହେଉଛି । ଏନେଇ ସେମାନଙ୍କ ପରାମର୍ଶ ବିଜେପି ସରକାରଙ୍କୁ ଲୋଡ଼ା ନାହିଁ । ଆମ ସରକାର ଏହି ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ପାଇଁ ପ୍ରତିବଦ୍ଧ । ଏବେ ପଛୁଆବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ ଦିଆଯାଇଥିବାବେଳେ ପରବର୍ତୀ ସମୟରେ ବୈଷୟିକ ଶିକ୍ଷା  ଓ ଅନ୍ୟାନ୍ୟ କ୍ଷେତ୍ରରେ କିଭଳି ପଛୁଆ ବର୍ଗଙ୍କ ଉତ୍‌ଥାନ ଓ ବିକାଶ କରାଯାଇପାରିବ ସେନେଇ ଆଲୋଚନା କରି ନିଷ୍ପତି ନିଆଯିବ । ବିଜେପି ସରକାର ନିର୍ବାଚନ ସମୟରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ଗୋଟିଏ ପରେ ଗୋଟିଏ ପୂରଣକରି ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି । ପଣ୍ଡିତ ଶ୍ରୀ ଦିନଦୟାଳ ଉପାଧ୍ୟାୟ ସବୁବେଳେ କହୁଥିଲେ, ସମାଜରେ ନିମ୍ନ ସୋପାନରେ ଥିବା ବ୍ୟକ୍ତିଙ୍କ ବିକାଶ ହେଲେ ରାଜ୍ୟ ଓ ଦେଶର ସମନ୍ୱିତ ବିକାଶ ହେବ । ତାହା ଆଜି କାର‌୍ୟ୍ୟକାରୀ ହେବାକୁ ଯାଉଥିବାରୁ  ସମସ୍ତ ଓଡ଼ିଶାବାସୀ ଖୁସି ଅଛନ୍ତି । ଏନେଇ ଶ୍ରୀ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଓ କ୍ୟାବିନେଟ୍ ସଦସ୍ୟମାନଙ୍କୁ ରାଜ୍ୟବାସୀ, ଦଳ ଓ ମୋର୍ଚ୍ଚା ତରଫରୁ ଶ୍ର୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । 
    ଏହି ଅବସରରେ ଓବିସି ମୋର୍ଚ୍ଚା ଭପସଭାପତି ତଥା ଯୁବ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ତତ୍କାଳୀନ ବିଜେଡି ଓ କଂଗ୍ରେସ ସରକାର ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ଉପେକ୍ଷା କରିଛନ୍ତି । ବହୁ ଦଶନ୍ଧି ଧରି ଯେଉଁ ସବୁ କାର‌୍ୟ୍ୟ ହୋଇ ପାରୁ ନ ଥିଲା ମୋହନ ସରକାର ଆଜି ସେସବୁ କରିପାରିଛନ୍ତି । ଦୃଢ଼ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ଶ୍ର୍ରୀ ମାଝୀ ଆଜି ପ୍ରମାଣିତ କରି ଦେଖାଇଛନ୍ତି । ପଛୁଆବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଜି ସାମାଜିକ ନ୍ୟାୟ ମିଳିପାରିଛି । ଡ. ବାବାସାହେବ ଆମ୍ବେଦକର ସବୁବେଳେ କହୁଥିଲେ, ସମାଜର ତଳବର୍ଗର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆଗାମୀ ଦିନରେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନରେ ଏହା ସହାୟକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook