ମୁଖ୍ୟ ଖବର
ଯାଜପୁର:ବିଜେପିକୁ ଶକ୍ତ ଝଟ୍କା। ବିଜେପିରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜିଲ୍ଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ ଫେରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଡାନି ଘଡେଇଙ୍କ ସହ ଫଟୋ ଭାଇରାଲ ହୋଇଛି। ଗତକାଲି ଅର୍ଥାତ ୧୭ ତାରିଖରେ ବିଜେଡି ନେତା ପ୍ରିତିରଞ୍ଜନ ଘଡେଇଙ୍କ ନେତୃତ୍ୱରେ ସେ ବିଜେଡିରେ ସାମିଲ୍ ହୋଇଛନ୍ତି। ଏପରି ଘଟଣା ଯାଜପୁର ରାଜନୀତିରେ ହଇଚଇ ସୃଷ୍ଟି କରିଛି।
ଗତ ୧୬ ତାରିଖରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏକ ମିଶ୍ରଣ ପର୍ୱରେ ଯାଜପୁରର ପୂର୍ୱତନ ଏମପି ରିତା ତରାଇଙ୍କ ସହ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି ତନୟା ମଲିକ ରହିଛନ୍ତି। ସେହିପରି ଚେରମୁହାଁ ଗ୍ରାମ ପଞ୍ଚାୟତର ପୂର୍ୱତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ଯୁବ ସଂଗଠକ ସନ୍ତୋଷ ତରାଇ, ଧର୍ମଶାଳା ସୋସିଆଲ ମିଡିଆ ସଂଯୋଜିକା ଚିନ୍ମୟ ବେହୁରା, ଧର୍ମଶାଳା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ପୃଷ୍ଟି ବିଜେପିରେ ମିଶିଥିଲେ। ହେଲେ ବିଜେପିରେ ମିଶିବାର ୨୪ ଘଣ୍ଟା ଭିତରେ ଟିନା ହାଇବୃ ପୁଣି ଘରବାହୁଡ଼ା କରିଛନ୍ତି।
୧୬ ତାରିଖରେ ବିଜେପିରେ ସାମିଲ ହୋଇଥିବା ଦାନଗଦି ବ୍ଲକ ୯ ନମ୍ୱର ଜୋନ ଜିଲା ପରିଷଦ ସଭ୍ୟା ଶନିବାର ବିଜେଡିକୁ ଫେରିଛନ୍ତି । ଦଳ ଛାଡି ଭାଜପାରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି ।
Comments ସମସ୍ତ ମତାମତ