Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିଜ ସରକାରକୁ ନିଜେ ଘେରିଲେ ବିଜେପି ସାଂସଦ

    Share on :
    ajab-Image
    Date: Sep 16, 2026    Views: 2803

    ନିଜ ସରକାରକୁ ନିଜେ ଘେରିଲେ ବିଜେପି ସାଂସଦ। ପ୍ରକଳ୍ପ ବିଳମ୍ବରୁ ନିର୍ମାଣ ସାମଗ୍ରୀର ମାନ ଯାଏଁ ପ୍ରସଙ୍ଗ ନେଇ ବର୍ଷିଲେ ବିଜେପିର ୩ ଜଣ ସାଂସଦ। ଦାବି କଲେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ। ରାଜ୍ୟରେ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ମାନକୁ ନେଇ ଏବେ ଶାସକ ବିଜେପି ଭିତରୁ ହିଁ ପ୍ରଶ୍ନ ଉଠିଛି। ବିଭିନ୍ନ ପ୍ରକଳ୍ପରେ ବିଳମ୍ବ, ଧିମା ଗତି ଏବଂ ନିର୍ମାଣ ସାମଗ୍ରୀର ମାନକୁ ନେଇ ଦଳର ୩ ସାଂସଦ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। 

     ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ନେଇ ସରକାରଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରୀ ପ୍ରକଳ୍ପରେ ବିଳମ୍ବ, ତଦାରଖର ଅଭାବ ଓ ମାନକୁ ନେଇ ଉଠୁଥିବା ପ୍ରଶ୍ନ ଏବେ ରାଜ୍ୟର ବିକାଶ କାମର ଗୁଣାତ୍ମକ ମାନ ଉପରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି। ସେପଟେ ଏ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook