Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଞ୍ଚାୟତ ଓ ପୌର ନିର୍ବାଚନ : ୩ ମାସିଆ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ବିଜେପି

    Share on :
    ajab-Image
    Date: Sep 6, 2026    Views: 3097

    କଟକରେ ବିଜେପିର ଦୁଇ ଦିନିଆ ମାନସମନ୍ଥନ। ଆଜି ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ତଥା ଶେଷ ଦିନ।  ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ମୁଖ୍ୟମନ୍ତ୍ରୀ ଏବଂ ସହପ୍ରଭାରୀ ବୈଠକରେ ସାମିଲ ହୋଇଥିଲେ। ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲଙ୍କ ସମେତ ଶୀର୍ଷ ନେତୃତ୍ୱ ଯୋଗ ଦେଇଥିଲେ। କାର୍ଯ୍ୟକାରିଣୀରେ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ପାରିତ ହେବାକୁ ଥିବା ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। 


    ଆଗାମୀ ଦିନରେ ରାଜ୍ୟରେ ବିଜେପିର ପରବର୍ତ୍ତୀ ରଣନୀତି ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।  ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତ ହେଉଛି ଦଳ। ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ।  ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ମୂଳ ଲକ୍ଷ୍ୟ। ରାଜ୍ୟ କାର୍ଯ୍ୟକାରିଣୀରେ ସଂଗଠନ ନେଇ ଆଲୋଚନା ହେବ। ଆଗାମୀ ରଣନୀତି ଉପରେ କରାଯିବ ମାନସମନ୍ଥନ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତିଆରି ହେବ ବିଜେପିର ବ୍ଲୁ ପ୍ରିଣ୍ଟ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook