Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୫ରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    Share on :
    ajab-Image
    Date: Sep 4, 2026    Views: 2831

    ଭୁବନେଶ୍ୱର: ଆସନ୍ତା ୫ ଓ ୬ତାରିଖରେ କଟକର ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରିଛି। ଏହି ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଦଳର ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ରୂପାୟନ ଉପରେ ବିସ୍ତୃତ ଆଲୋଚନା କରାଯିବ। ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଦଳର ସ୍ଥିତି ପରଖିବା ସହ ବୁଥ୍ ସ୍ତରରୁ ଆସିଥିବା ରିପୋର୍ଟ ଉପରେ ରାଜ୍ୟ ନେତୃତ୍ୱ ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିପାରିଛି, ତାହାର ସମୀକ୍ଷା କରାଯିବ। ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ କେନ୍ଦ୍ର ନେତୃତ୍ୱଙ୍କ ତରଫରୁ ଦିଆଯାଇଥିବା କାର୍ଯ୍ୟକ୍ରମ ନେଇ ସବିଶେଷ ରୂପରେଖ ପ୍ରସ୍ତୁତ ହେବ। ୩ଟି ପ୍ରସ୍ତାବ ଏହି କାର୍ଯ୍ୟକାରିଣୀ ବୈଠକରେ ଆଗତ ହୋଇ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକାରିଣୀ ବୈଠକରେ କାର୍ଯ୍ୟକର୍ତ୍ତାଙ୍କ ଯୋଗ୍ୟତା ଓ ଦକ୍ଷତା ଭିତ୍ତିରେ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
    ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଏସଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯୋଗ ଦେବେ। ଏହି ବୈଠକରେ କେନ୍ଦ୍ରୀୟ ନେତୃବୃନ୍ଦ ଭାବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ ସନ୍ତୋଷ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହ-ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook