Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜେନ୍‌-ଜି ପାଇଁ ଟିମ୍‌ ଗଢ଼ିଲା ବିଜେପି

    Share on :
    ajab-Image
    Date: Aug 23, 2026    Views: 2720

    ନୂଆଦିଲ୍ଲୀ: ଜେନ୍‌ ଜି ଅର୍ଥାତ୍‌ ଯୁବବର୍ଗଙ୍କ ସହ ଯୋଡ଼ି ହେବା ଲାଗି ବିଜେପି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଏଥିରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ଗୁଜରାଟର  ମନ୍ତ୍ରୀ ହର୍ଷ ସାଂଘଭି ଏବଂ ଛତିଶଗଡ଼ ମନ୍ତ୍ରୀ  ଓପି ଚୌଧରୀଙ୍କ ଭଳି ପ୍ରମୁଖ ନେତା  ସାମିଲ ଅଛନ୍ତି । ଏହି ଟିମ୍‌ ‘ଯୁବ ସମ୍ବାଦ’  ଅଭିଯାନ ଜରିଆରେ ୧୪ରୁ ୨୫ ବର୍ଷୀୟ  ଯୁବବର୍ଗଙ୍କ ସହ ଯୋଡ଼ିହେବ । ଆଲୋଚନା  ଜରିଆରେ ଜେନ୍‌-ଜିଙ୍କ ବିଚାରଧାରା, ବିଭିନ୍ନ  ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବାକୁ ଟିମ୍‌  ଉଦ୍ୟମ କରିବ । ଯୁବବର୍ଗଙ୍କ ନିକଟରେ  ବିଜେପି ନେତାଙ୍କୁ ସିଧା ପ୍ରଶ୍ନ କରିବା  ଏବଂ ନିଜ କଥା ରଖିବାର ସୁଯୋଗ  ବି ମିଳିବ । ଖୁବ୍‌ଶୀଘ୍ର ଅଭିଯାନର  କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଜାରି  ହେବ ବୋଲି ଜଣାପଡି଼ଛି ।

    ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ  ଶନିବାର ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ୬୫ ସଦସ୍ୟ ବିଶିଷ୍ଟ ନୂଆ ରାଷ୍ଟ୍ରୀୟ ଟିମ୍‌ର  ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।  ବୈଠକରେ କଂଗ୍ରେସର ସମ୍ପୂର୍ଣ୍ଣ  ବନ୍ଦେ ମାତରମ ନ ଗାଇବା ନିଷ୍ପତ୍ତି  ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି ।  ଏଥିସହ ଆଗାମୀ  ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି, ବୁଥ୍‌ ଏବଂ  ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା,  ଦଳୀୟ କାର୍ଯ୍ୟକ୍ରମ, ବିରୋଧୀ ଦଳଙ୍କୁ ଘେରିବା,  ସରକାରଙ୍କ ଯୋଜନାକୁ ଜନତାଙ୍କ ନ ପହଞ୍ଚାଇବା ଭଳି  ରଣନୀତି ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ନୀତିନ  ନବୀନ କହିଥିଲେ ଯେ ବିଜେପି ବନ୍ଦେ ମାତରମ୍‌ର  ଇତିହାସ ଏବଂ ମହତ୍ତ୍ୱ ସାରା ଦେଶରେ ପହଞ୍ଚାଇବା  ଲାଗି ଅଭିଯାନ ଚଳାଇବ । ବିଶେଷକରି ଯୁବବର୍ଗଙ୍କ  ମଧ୍ୟରେ ସଚେତନତା ଅଭିଯାନ ଚଳାଯିବ ଯେପରିକି  ନୂଆ ପିଢ଼ି ବନ୍ଦେ ମାତରମ୍‌ ଏବଂ ସେଥିସହ ଜଡି଼ତ  ଇତିହାସକୁ ଜାଣିପାରିବେ ।  
    ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର  ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ପହଞ୍ଚି ଦଳର ନୂଆ  ରାଷ୍ଟ୍ରୀୟ ଟିମ୍‌ ସହ ସାକ୍ଷାତ କରିଛନ୍ତି । ସୋସିଆଲ  ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସୂଚନା  ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଦଳୀୟ  ସହଯୋଗୀଙ୍କ ସହ ଫଳପ୍ରଦ ବୈଠକ ହୋଇଛି ।  ଏଭଳି ବୈଠକ ଦଳକୁ ସୁଦୃଢ଼ କରିବା ଏବଂ ଜନତାଙ୍କ  ସହ ଯୋଡ଼ିହେବା ଲାଗି ଗଭୀର ଆଲୋଚନା ପାଇଁ  ଏକ ମଞ୍ଚ ଭଳି କାର୍ଯ୍ୟ କରିଥାଏ ।

    ସୂଚନାଥାଉକି,  ଅଗଷ୍ଟ ୧୯ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି  (ସିଡବ୍ଲ୍ୟୁସି) ବୈଠକରେ ୧୯୩୭ର ନିଷ୍ପତ୍ତି ଉପରେ  କାଏମ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି  ନିଷ୍ପତ୍ତି ଅନୁସାରେ କଂଗ୍ରେସ ତାର ବିଭିନ୍ନ ଦଳୀୟ  କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର ପୂର୍ଣ୍ଣ ୬ ପଦ ଗାନ  କରିବା ବଦଳରେ କେବଳ ୨ ପଦ ଗାଇବାକୁ ନିଷ୍ପତ୍ତି  ନେଇଥିଲା । କଂଗ୍ରେସର ଏଭଳି ନିଷ୍ପତ୍ତିକୁ ବିଜେପି  ବିରୋଧ କରିବା ସହ ଦେଶଦ୍ରୋହ ବୋଲି କହିଥିଲା

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook