Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ପାର୍ଟି ଅଫିସରେ ବଡ଼ ବୈଠକ: ପଞ୍ଚାୟତ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନ ନେଇ ଆଲୋଚନା

    Share on :
    ajab-Image
    Date: Jul 16, 2026    Views: 3002

    ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ, ତରୁଣ ଚୁଗ୍ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି ପଦାଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ପ୍ରଭାରୀଙ୍କୁ ନେଇ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନ ନେଇ ଆଲୋଚନା ହେଉଛି । ତରୁଣ ଚୁଗ୍ ଓଡ଼ିଶା ଗସ୍ତରେ ଆସୁଥିବାରୁ ବୋର୍ଡ ନିଗମ ନିଯୁକ୍ତି ନେଇ ବି ହୋଇପାରେ ଆଲୋଚନା ।ବିଜେପି ରାଜ୍ୟ ପଦାଧିକାରୀ ବୈଠକ ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମନମୋହନ କହିଛନ୍ତି, ସରକାର ଗାଁକୁ ଫୋକସ୍ କରୁଛନ୍ତି । ସବୁ ଦିଗକୁ ଦୃଷ୍ଟିରେ ରଖି କମ୍ପ୍ରିହେନସିଭ ପ୍ଲାନ୍ ପ୍ରସ୍ତୁତ ହେବ । ଆଜି ପ୍ରଭାରୀ ଏବଂ ପଦାଧିକାରୀ ମାନଙ୍କ ସହ ବୈଠକ ଚାଲିଛି । ସାଂଗଠନିକ ସମୀକ୍ଷା କରାଯିବ ।

    ତେବେ ବୈଠକ ସରିବା ପରେ ବରିଷ୍ଠ ନେତା ସୁରଥ ବିଶ୍ଵାଳ କହିଛନ୍ତି, ରାଜ୍ୟ ପଦାଧିକାରି ଏବଂ ପ୍ରଭାରୀ ବୈଠକରେ ସଂଗଠନକୁ ନେଇ ବ୍ୟାପକ ଆଲୋଚନା ହେଲା । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବୁଥ, ଶକ୍ତି କେନ୍ଦ୍ର ଏବଂ ମଣ୍ଡଳ ସ୍ତରରେ କେତେ ବୈଠକ ହେଲାଣି, କେଉଁଠି ଅସୁବିଧା ରହୁଛି ସେ ନେଇ ପ୍ରଭାରୀଙ୍କ ସହ ଆଲୋଚନା କରାଗଲା । ଏହା ସହ ଦଳ ଏବଂ ସରକାରଙ୍କ ସମନ୍ୱୟରେ ପ୍ରଭାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ । ଏହା ସହ ସଂଗଠନକୁ ନିର୍ବାଚନ ମୁଖି କରାଯିବ ।ପ୍ରତିମାସ ଅନ୍ତରରେ ବିଜେପି ପାର୍ଟି ଅଫିସରେ ଏଭଳି ବୈଠକ ବସେ । ଏହା ଏକ ରୁଟିନ ମିଟିଂ । ଏହି ବୈଠକରେ ରାଜ୍ୟରେ ସରକାରଙ୍କ କାର୍ଯ୍ୟ କିଭଳି ତଳ ସ୍ଥରରେ ପହଞ୍ଚିଛି ତାର ସମୀକ୍ଷା କରାଯାଇଥିଲା । ସରକାରଙ୍କ ଫୋକସରେ ଗାଁ ରହିଛି । ଆମ ସରକାର ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଉଛନ୍ତି । ଗାଁରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ସେତୁ କାର୍ଯ୍ୟ ସମ୍ପନ୍ନ ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook