Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ: ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jun 4, 2026    Views: 2696

    ଭୁବନେଶ୍ଵର: ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ। ୨୦୨୪ ଜୁନ୍ ୪ରେ ନବୀନଙ୍କ ଦୀର୍ଘ ୨୪ ବର୍ଷର ଅପରାଜେୟ ଯାତ୍ରାରେ ବିରାମ ଲଗାଇ, ଓଡ଼ିଶାରେ ପ୍ରଥମ ଥର ଏକାକୀ ସରକାର ଗଢିଥିଲା ବିଜେପି। ବିଜୟର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ମୋହନ ଲେଖିଛନ୍ତି ଯେ, ଆଜି ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଆପଣଙ୍କର ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ମୋହନ ଲେଖିଛନ୍ତି ଯେ, ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି। ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ୟ୍ୟ କରୁଛି। ଆପଣଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ଆମ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବା ଏବଂ ବିକାଶ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ 'ବିକଶିତ ଭାରତ' ସହିତ 'ସମୃଦ୍ଧ ଓଡ଼ିଶା' ଗଠନର ଏହି ମହାଯଜ୍ଞରେ ସାମିଲ ହୋଇ ଆମ ପ୍ରିୟ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା। ବନ୍ଦେ ଉତ୍କଳ ଜନନୀ।

    Maximum 500 characters

    ତାଜା ଖବର View all

    Find Us on Facebook