Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟରେ ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

    Share on :
    ajab-Image
    Date: May 19, 2026    Views: 2282

    ଭୁବନେଶ୍ଵର : ରାଜ୍ୟରେ ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମୋହନଙ୍କ ଟିମ୍‌ ରେ ସ୍ଥାନ ପାଇବେ ନୂଆ ମୁହଁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏନେଇ ମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କ ସହ ପୃଥକ ମିଟିଂ କରିଥିଲେ। କୋର୍ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଏନେଇ ବିଜେପି ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। 

    ସୂଚନା ଥାଉକି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। କୋର୍ କମିଟି ବୈଠକରେ ବିଜେପି ନେତା ଓ କର୍ମୀଙ୍କୁ ୫ ଗୁରୁମନ୍ତ୍ର ଦେଇଥିଲେ। ସଙ୍ଗଠନକୁ ମଜଭୁତ କରିବାକୁ ବିଧାୟକ ଓ  ସାଂସଦଙ୍କୁ ଟାସ୍କ ଦେଇଥିଲେ। ସରକାର ଯେମିତି ବଦନାମ ନହେବ ସେଥିପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସେ କହିଥିଲେ ଯେ, ସରକାର ଯେମିତି ଠିକ୍ ଠାକ୍ ଚାଲିବ ସେଥିପାଇଁ ତତ୍ପର ହୁଅ। ଆମକୁ ଯେମିତି କେହି ଆଙ୍ଗୁଳି ଉଠାଇବେନି। ସରକାର ଓ ସଙ୍ଗଠନ ଭିତରେ ସମନ୍ଵୟ ରଖି ଆଗକୁ ବଢ। ସରକାର ଗଠନ ଯେତିକି କଷ୍ଟ ନୁହେଁ, ତାକୁ ବଞ୍ଚେଇ ରଖିବା ସେତିକି କଷ୍ଟ। ଏବେ ଠାରୁ ସେ କାର୍ଯ୍ୟ କରିବାକୁ ନୀତିନ ନବୀନ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦଙ୍କ ସହ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି। ତିନି ମାସ ପରେ ଆସି ପୁଣି ଆସି ଅବଗତ ହେବେ ବୋଲି କହିଛନ୍ତି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook