ମୁଖ୍ୟ ଖବର
ଭୁବନେଶ୍ୱର: ଏବେ ହେବାର ନାହିଁ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ ପୂରଣ ହୋଇସାରିଛି।
ଇତି ମଧ୍ୟରେ ଦଳର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରିଙ୍କ ନାମ ତାଲିକା ଘୋଷଣା ସରିଛି। ବହୁ ଶୀଘ୍ର ଖାଲି ରହିଥିବା ଦଳୀୟ ପଦପଦବୀର ଅନ୍ୟ ନାମ ତାଲିକା ବି ଘୋଷଣା କରାଯିବ। ମାତ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ବିଭ୍ରାନ୍ତକାରୀ ଏବଂ କପୋଳକଳ୍ପିତ ସମ୍ବାଦ ପ୍ରସାରଣ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
Comments ସମସ୍ତ ମତାମତ