Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଶାୟୀଙ୍କ ମାନସିକ ହେବ ପୂରଣ : ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ଅଧ୍ୟକ୍ଷ, ଉପଦେଷ୍ଟା ଘୋଷଣା

    Share on :
    ajab-Image
    Date: Feb 15, 2026    Views: 2594

    ଭୁବନେଶ୍ୱର: ସରିଲା ଅପେକ୍ଷା । ଆଶାୟୀଙ୍କ ମାନସିକ ହେବ ପୂରଣ । ଦିଲ୍ଲୀ ଦରବାରରୁ ବାଜିଯାଇଛି ଚୂଡ଼ାନ୍ତ ମୋହର । ଆସନ୍ତା ୩/୪ ଦିନରେ ଯେ କୌଣସି ସମୟରେ ଘୋଷଣା ହୋଇପାରେ ନିଗମ, ସମବାୟ ସଂସ୍ଥା, ଜିଲ୍ଲା ଯୋଜନା କମିଟି ଓ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ, ଉପଦେଷ୍ଟା ଘୋଷଣା । ପ୍ରାୟ ଶହେରୁ ଅଧିକ ନେତା ଏସବୁ ପଦବିରେ ହେବେ ଥଇଥାନ । ନିକଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଥିଲେ ।

    ସୂତ୍ର ଅନୁସାରେ ଦିଲ୍ଲୀ ଗସ୍ତ ସମୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ନିଗମ, ବୋର୍ଡ ଯୋଜନା ବୋର୍ଡ, ଜିଲ୍ଲା ଯୋଜନା କମିଟି, ବିଭିନ୍ନ ସମବାୟ ସଂସ୍ଥା ପାଇଁ କାହାକୁ ଚୟନ କରାଯିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସମ୍ଭାବ୍ୟ ତାଲିକାରୁ ଚୂଡ଼ାନ୍ତ ନାମ ଉପରେ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ମୋହର ମାରିଥିବା ଖବର ମିଳିଛି । ସକାରାତ୍ମକ ସିଗନାଲ ପାଇବା ପରେ ମନମୋହନ ଭୁବନେଶ୍ୱର ଫେରିଥିଲେ । ଏହାପରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଭୁବନେଶ୍ୱର ଆସିଛନ୍ତି । ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଖବର ମିଳିଛି ।

    ସୂତ୍ର ଅନୁସାରେ ଆଉ ବିଳମ୍ବ ହେବନି । ରାଜ୍ୟରେ ବିଜେପି ସରକାର ଆସିବାକୁ ୧୯ ମାସରୁ ଅଧିକ ସମୟ ହେଲାଣି । ଯେଉଁମାନେ କ୍ଷମତାଠାରୁ ଦୂରରେ ରହି ଦଳ ପାଇଁ କାମ କରି ଆସୁଛନ୍ତି, ସେମାନଙ୍କୁ ଏବେ ନିଗମ, ବୋର୍ଡରେ ଥଇଥାନ କରାଯିବ । ବିଶେଷ କରି ଯେଉଁ ନେତାମାନେ ୨୦୨୪ ନିର୍ବାଚନ ସମୟରେ ଟିକଟ ନ ପାଇଥିଲେ ମଧ୍ୟ ଦଳ ପାଇଁ କଠିନ ପରିଶ୍ରମ କରିଥିଲେ, ସେମାନଙ୍କୁ ଏବେ ନିଗମ, ବୋର୍ଡ ଭାର ଦିଆଯିବ । ଅପରପକ୍ଷରେ ରାଜ୍ୟରେ ସରକାର ବଦଳିବା ପରଠାରୁ ନିଗମ, ବୋର୍ଡ ପଦପଦବି ଖାଲି ରହିଥିବାରୁ ଏଥିରେ ସରକାର ମୁଖିଆ ନିଯୁକ୍ତ କରିବାକୁ ଆଗେଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook