ମୁଖ୍ୟ ଖବର
ଭୁବନେଶ୍ୱର:ବିଜେପି କାର୍ୟ୍ୟାଳୟରେ ଶୁକ୍ରବାର ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇଥିଲେ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଉଭୟ କେନ୍ଦ୍ର ଓ ରାଜ୍ୟର ଜନହିତକାରି ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ, ସେନେଇ ଆଲୋଚନା ହୋଇଛି । ରାଜ୍ୟର ବିକାଶକୁ କିପରି ଅଧିକ ତ୍ୱରାନ୍ୱିତ କରିହେବ, ସେନେଇ ମଧ୍ୟ ଆଲୋଚନା ହୋଇଛି ।
ସ୍ୱଦେଶୀ ବସ୍ତୁ ଉପରେ ଗୁରୁତ୍ୱ ଓ ଆତ୍ମନିର୍ଭର ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଆହ୍ୱାନ ଦେଇଛନ୍ତି, ତାକୁ ଧ୍ୟାନ ରଖି ରାଜ୍ୟ ସରକାର କାମ କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଆଗକୁ ରାଜ୍ୟରେ କିଭଳି ଅଧିକ ବ୍ୟବସାୟ ପ୍ରତିଷ୍ଠାନ ହୋଇପାରିବ ଓ ନିଯୁକ୍ତିର ସୁଯୋଗ ବଢ଼ାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବିଶ୍ୱେସର ଟୁଡୁ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ରବି ନାୟକ, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉପସ୍ଥିତ ରହିଥିଲେ ।
ଗତକାଲି ଆସିଲା ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର ।
Comments ସମସ୍ତ ମତାମତ