Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପିରେ ମିଶିଲେ ବିଜେଡି ପଞ୍ଚାୟତ ସଭାପତି

    Share on :
    ajab-Image
    Date: Nov 2, 2025    Views: 2939

    ନୂଆପଡ଼ା, ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ଙ୍କ କାର୍ୟ୍ୟଶୈଳୀରେ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଜେପି ରେ ସାମିଲ ହେଉଛନ୍ତି ।
       ଆଜି ନୁଆପଡା ବେଲଟୁକୁରି ବିଜେଡି ପଞ୍ଚାୟତ ସଭାପତି ବଳରାମ ଚନ୍ଦେକର ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେପି ରେ ସାମିଲ ହୋଇଛନ୍ତି । ନୂଆପଡ଼ା ବିଜେପି କାର୍ୟ୍ୟାଳୟ ରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୁର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ ଉପସ୍ଥିତ ରହି ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ବିଜେପି ର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ କୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରନ୍ତୁ ବୋଲି ନୂତନ ଭାବେ ବିଜେପି ରେ ସାମିଲ ହୋଇଥିବା କର୍ମୀ ଙ୍କୁ ଶ୍ରୀ ତୋମାର ଆହ୍ଵାନ ଦେଇଥିଲେ ।
      ଏହି ମିଶ୍ରଣ ପର୍ବ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପେନାଲିଷ୍ଟ୍ ମନସ ରଞ୍ଜନ ବକ୍ସି, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ଧର୍ମପତ୍ନୀ ସୁମନ ଢୋଲକିଆ,ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ,ଦେବ ଦର୍ଶନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook