Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜୟ ଢୋଲକିଆ ବିଜେପି ପ୍ରାର୍ଥୀ

    Share on :
    ajab-Image
    Date: Oct 15, 2025    Views: 2486

    ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି ବିଜେପି । ଜୟ ଢୋଲକିଆ ହିଁ ନୂଆପଡାରୁ ପ୍ରାର୍ଥୀ ହୋଇଥିବା ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଜୟଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ଏବେ ଦଳ ତାଙ୍କ ନାମ ହିଁ ଘୋଷଣା କରିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ଜୟ ।
    ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook