Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୋରେଇବାସୀ କାହାରି ଗୋଲାମୀ କରିବେ ନାହିଁ-ଆକାଶ ଦାସ ନାୟକ

    Share on :
    ajab-Image
    Date: Sep 22, 2025    Views: 2930

    ଭୁବନେଶ୍ୱର: ବିଜେଡି ନେତା ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ ଭାଜପା ବିଧାୟକ ଆକାଶ ଦାସ ନାୟକ କଡ଼ା କାଉଣ୍ଟର କରିଛନ୍ତି। ବବିଙ୍କ ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି, କ୍ଷମତାର ଶୀର୍ଷରେ ଥିଲା ବେଳେ କୋରେଇ ମାଆ କଥା ମନେ ପଡ଼ିଲାନି। କ୍ଷମତା ଗଲା ପରେ କୋରେଇ ବିକାଶ କଥା ମନେ ପଡ଼ିଲା। କୋରେଇବାସୀ ମନ ସ୍ଥିର କରି ସାରିଛନ୍ତି ଆଉ ବିଦେଶୀ ଶାସନକୁ ଯିବେନି। କୋରେଇବାସୀ ସ୍ବାଭିମାନୀ, କାହାରି ଗୋଲାମୀ କରିବେ ନାହିଁ। କୋରେଇବାସୀ ଆଉ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବେ ନାହିଁ। ତାଙ୍କର ଜନ୍ମ ଯାଜପୁରରେ, ମୋର ଜନ୍ମ କୋରେଇରେ ଓ ବଢ଼ିଛି କୋରେଇରେ। ଯଦି ମୋ ବିରୋଧରେ ଲଢ଼େଇ କରିବେ ସ୍ବାଗତ କରିବି ବୋଲି ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଆକାଶ। ବନ୍ଧୁ ମିଳନରେ ବବି କହିଥିଲେ ମୋ ପାଇଁ ଯାଜପୁର ଦେବକୀ, କୋରେଇ ଯଶୋଦା ମା। ମା’ ଜିତିବା ହାରିବା ବଡ଼ ନ ଥିଲା ମୋ’ ଘରକୁ ଫେରିବା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଯାହା ପରେ ଆଜି ଆକାଶ ତାଙ୍କୁ କଡ଼ା କାଉଣ୍ଟର କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook