Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯାଜପୁର ମାଟିରେ ଶକ୍ତି ପ୍ରଦର୍ଶନ କଲା ବିଜେପି

    Share on :
    ajab-Image
    Date: Sep 10, 2025    Views: 3312

    ଯାଜପୁର : ଯାଜପୁର ମାଟିରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ବୁଧବାର ଧର୍ମଶାଳାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ମହାମିଶ୍ରଣ ପର୍ବର ଆଯୋଜନ କରିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ । ଏହି ମହାମିଶ୍ରଣ ପର୍ବରେ ବିଜେଡିର ବହୁ ଛାମୁଆ ନେତା ଦଳ ପରିବର୍ତ୍ତନ କରି ପଦ୍ମ ଧରିଛନ୍ତି । ତେବେ ଏହି ମହାମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କାର୍ୟ୍ୟକ୍ରମରେ ଯୋଗ ଦେଇ ମନମୋହନ ପୂର୍ବ ସରକାର ଉପରେ ବର୍ଷିଛନ୍ତି ।

    ମନମୋହନ ସାମଲ କହିଛନ୍ତି, ଭଗବାନ କେବେ ଗର୍ବ ଅହଙ୍କାର ସହି ନାହାନ୍ତି । ମାଆ ବିରଜା ମଧ୍ୟ ଏହା ସହିଲେ ନାହିଁ।  ସରକାର ପରିବର୍ତ୍ତନ ପ୍ରକ୍ରିୟାର ଅଗ୍ର ଭାଗରେ ଥିଲା ଯାଜପୁର ଏବଂ ସେଥିରେ ଆମେ ସଫଳ ହୋଇଛେ। ଲୋକେ ଭାବିନଥିଲେ ଯାଜପୁରରେ ପରିବର୍ତ୍ତନ ହେବ । ହେଲେ ଭଗବାନ କେବେ ଗର୍ବ ଅହଙ୍କାର ସହି ନାହାନ୍ତି। ମାଆ ବିରଜା ମଧ୍ୟ ଏହା ସହିଲେ ନାହିଁ। ପୂର୍ବ ସରକାରର ଲୋକ ସାଧାରଣ ଲୋକଙ୍କୁ ପୋକ ମାଛି ଭଳି ଭାବୁଥିଲେ। ଆଉ ଲୋକମାନେ ୨୦୨୪ ରେ ସେମାନଙ୍କୁ ଜବାବ ଦେଲେ ବୋଲି ମନମୋହନ କହିଛନ୍ତି ।
    ଏହାସହ ମନମୋହନ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଯାହା କହେ ତାହା କରି ଦେଖାଏ। ସରକାରଙ୍କୁ ଆସିବା ପରେ ସଙ୍କଳ୍ପପତ୍ର ଅନୁସାରେ ପ୍ରତିଶ୍ରୁତି ପାଳନ ହେଉଛି। ଧାନର ସହାୟକ ବଢିବା ପରେ ଚାଷୀ ସମୃଦ୍ଧ ହେଉଛି। ରତ୍ନଭଣ୍ଡାର ଖୋଲି ସାରିଛି, ମରାମତି ଶେଷ ହୋଇଛି। ଏହାସହ ଜଳସେଚନ ଶତପ୍ର ତିଶତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ଅନ୍ୟପଟେ ରାଜ୍ୟକୁ ୧୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ଆସିଛି ଆଉ ୧୦ ଲକ୍ଷ କୋଟି ପୁଞ୍ଜି ଆସିବ। ତେବେ ଅନ୍ୟମାନେ କଣ କରିଥିଲେ ତାଲିକା ଲେଖି ଦିଅନ୍ତୁ ଏବଂ ଆମେ ୧୫ ମାସରେ କଣ କରିଛୁ ଲୋକ ଜାଣିଛନ୍ତି ବୋଲି ମନମୋହନ ଆହ୍ୱାନ ଦେଇ କହିଛନ୍ତି। ଏହାସହ ସ୍ବପ୍ନ ଦେଖିଲେ ହେବନି, ଯୋଜନା କରିବାକୁ ହେବ ଏବଂ କ୍ରିୟାନ୍ୱୟନ କରିବାକୁ ହେବ । ୭୮ ବର୍ଷରେ ଯାହା ହୋଇନି, ୫ ବର୍ଷରେ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook