Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    "ସାର ଉପରେ କହିବା ପାଇଁ ବିରୋଧୀ ଦଳ ନେତାଙ୍କ ନୈତିକତା ନାହିଁ:ମନମୋହନ ସାମଲ

    Share on :
    ajab-Image
    Date: Aug 31, 2025    Views: 2781

    ଭୁବନେଶ୍ୱର:  ସାର ଉପରେ କହିବା ପାଇଁ ବିରୋଧୀ ଦଳ ନେତାଙ୍କ ନୈତିକତା ନାହିଁ । ତାଙ୍କ ସରକାର ବର୍ଷ ବର୍ଷ ଧରି ୟୁରିଆ ଯୋଗାଇ ଦେଇ ପାରୁନଥିଲେ । ଯାହାକୁ ନେଇ ବିଭନ୍ନ ସମୟରେ ରାସ୍ତାରୋକ ଏବଂ ହୋହଲ୍ଲା ହେଉଥିଲା । ସାରା ନେଇ ହଜାର ହଜାର ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା । ବଡବଡ ନେତାଙ୍କ ସମ୍ପୃକ୍ତି ଥିବା ସହ ଦଳୀୟ ପାଣ୍ଠିଙ୍କୁ ଟଙ୍କା ଯିବ ଅଭିଯୋଗ ଆସିଥିଲା । ଏ ନେଇ ଅବଗତ ଅଛୁ । ସାର ଯୋଗାଇଦେବା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆମ ସରକାର ଆସିବା ପରେ ନିମ୍ବ.କୋଟଡେ ୟୁରିଆ ଦେଲେ । ସମବାୟ ବିଭାଗ ଅନ୍ୟ ବିଭାଗ ସହିତ ସାମନ୍ୱୟ ରଖି ଏ ଦିଗରର ପଦକ୍ଷେପ ନେଉଛନ୍ତି ବୋଲି  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। 

    ସାରା ରାଜ୍ୟରେ ଏବେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା । କଳାବଜାରୀ, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରତିଦିନ ଏହାର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଚାଷୀମାନେ ଆଉ ଚାଷ ପାଇଁ ଧ୍ୟାନ ଦେଉ ନାହାଁନ୍ତି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାର ପ୍ରତିକାର ପାଇଁ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଆବଶ୍ୟକୀୟ ୟୁରିଆ ଯୋଗାଇବାକୁ ଦାବି କରିଛନ୍ତି ।

     

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook